ପୁରସ୍କାର ଚାହେଁନି ସମ୍ମାନ ଚାହେଁ : ସଲମାନ ଖାନ
Khabar Odisha:Entertainment-bollywood-odisha-bharat-actor-salman-khan-denied-to-take-national-award-says-i-need-rewards-of-people
ମୁମ୍ବାଇ, ମେ ୨୧(ଖବର ଓଡ଼ିଶା):

ବଲିଉଡ଼ ଜଗତର ସୁପରଷ୍ଟାର ସଲମାନ ଖାନ ଲଗାତାର ସୁପରହିଟ ସିନେମା ଦେଇଆସୁଛନ୍ତି । ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଉପରେ ସେ ଆୱାର୍ଡ଼ ନାହଁ ରିୱାର୍ଡ଼ ଦରକାର ବୋଲି ପ୍ରତିକ୍ରିୟା ରଖିଛନ୍ତି ।

 ବଲିଉଡ଼ ତାରକା ସଲମାନ ଖାନ ୧୯୮୮ ମସିହରେ ଅଭିନୟ ଜଗତରେ ନିଜ ପାଦ ରଖିଥିଲେ । ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ବିବି ହୋ ତୋ ଏସି ‘ । ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିନାହିଁ । ତେଣୁ ସେ କହିଛନ୍ତି କହିଛନ୍ତି ,”ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ହାସଲ କରିବାକୁ ଇଛା ନାହିଁ , ଆୱାର୍ଡ଼ ନୁହେଁ ରିୱାର୍ଡ଼ ଦରକାର ।” ପୂରା ଦେଶ ତାଙ୍କ ସିନେମା ଦେଖିଛି ଏହାଠୁ ବଡ଼ କଣ ପୁରସ୍କାର ଅଛି । କିନ୍ତୁ ନିକଟରେ ‘ଭାରତ’ର ସୁଟିଙ୍ଗ ପାଇଁ କ୍ୟାଟ୍ରିନାଙ୍କୁ ରାଷ୍ଟ୍ରୀୟ ପୁରସ୍କାରର ହକଦାର ବୋଲି ସଲମାନ କହିଛନ୍ତି ।

ସଲମାନଙ୍କ ମନ୍ତବ୍ୟରେ କ୍ୟାଟ୍ରିନା କହିଛନ୍ତି, ସିନେମା ସହ ଜଡ଼ିତ ଥିବା ସବୁ ବ୍ୟକ୍ତି ମନଧ୍ୟାନ ଦେଇ ନିଜ ଭୂମିକାକୁ କରିବାକୁ ଚେଷ୍ଟା କରିଥାନ୍ତି । ସଲମାନଙ୍କ ସିନେମା ‘ଭାରତ’ ଜୁନ ୦୫ରେ ଇଦ ଅବସରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଲମାନ ଭିନ୍ନ ଭିନ୍ନ ରୂପରେ ନଜରକୁ ଆସିବେ ।

  • Tags:

Subscribe

National International State Sports Entertainment