ଆସନ୍ତା ୮ରେ ରିଲିଜ ହେବ “ମାଲ ମହୁ ଜୀବନ ମାଟି ” ଫିଲ୍ମ, ୪ରେ ହେବ ସ୍କ୍ରିନ ପ୍ଲେ
Khabar Odisha:Entertainment-Ollywood-Odisha-Maal-Mohu-Jiban-Mati-Will-release-in-8th-Nov
ଭୁବନେଶ୍ୱର, ନଭେମ୍ବର ୦୨(ଖବର ଓଡ଼ିଶା):

ଦିବ୍ୟାଙ୍ଗଙ୍କ ସଫଳତା ଦିଗରେ ପୁଣି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି । ଦିବ୍ୟାଙ୍ଗଙ୍କୁ ଏକ ଭଲ ପ୍ଲାଟଫର୍ମ ଦେବା ପାଇଁ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର ଓ ତାଙ୍କ ଟିମ ସ୍ମାଇଲ ପ୍ଲିଜର ସକଳ ଚେଷ୍ଟାରେ “ମାଲ ମହୁ ଜୀବନ ମାଟି ” ନାମକ ଏକ ଫିଲ୍ମ ନିର୍ମିତ ହୋଇଛି । 

ଦିବ୍ୟାଙ୍ଗଙ୍କୁ ମେନଷ୍ଟିମ ଭୂମିକାରେ ନେଇ  ଓଲିଉଡ଼ ଫିଲ୍ମ “ମାଲ ମହୁ ଜୀବନ ମାଟି ” । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ସବ୍ୟସାଚୀଙ୍କ ସହ ଏଲିନା ସାମନ୍ତରାୟ ନଜରକୁ ଆସିବେ । ଏହି “ମାଲ ମହୁ ଜୀବନ ମାଟି” ଫିଲ୍ମଟି ଆସନ୍ତା ୮ତାରିଖରେ  ରିଲିଜ ହେବାକୁ ଯାଉଛି । ଦିବ୍ୟାଙ୍ଗମାନେ ନିଜ କଳାକୁ ଏହି ପ୍ଲାଟଫର୍ମରେ ଦେଖାଇପାରିଛନ୍ତି । ତେଣୁ ଆସନ୍ତା ୪ତାରିଖରେ ହୋଟେଲ କ୍ରାଉନ ଠାରେ ସନ୍ଧ୍ୟା ସମୟରେ “ସୁପର ୨୨” ଆୟୋଜନ କରାଯାଇଛି । ସେଠାରେ ଏହି ଓଲିଉଡ ଫିଲ୍ମର ସ୍କ୍ରିନ ପ୍ଲେ କରାଯିବ । ସୁପର ୨୨ ଗୋଟିଏ କଳା ପ୍ରଦର୍ଶନ କରିବା ପ୍ଲାଟଫର୍ମ ଯେଉଁଠାରେ ଦିବ୍ୟାଙ୍ଗଙ୍କ ପାଇଁ ଖାସ କରି ଆୟୋଜନ କରାଯାଇଛି । 

“ମାଲ ମହୁ ଜୀବନ ମାଟି” ଫିଲ୍ମରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଜଣେ ଦିବ୍ୟାଙ୍ଗଙ୍କ ଚରିତ୍ରରେ ନଜର ଆସୁଥିବାବେଳେ ଏଥିରେ ଏଲିନା ସାମନ୍ତରାୟ, ପ୍ରଦ୍ୟୁମ୍ନ ଲେଙ୍କା, ସ୍ଵର୍ଗତ ସଲିଳ ମିତ୍ର, ବିଦୁସ୍ମିତା ଦାସ, ସ୍ଵପ୍ନା ପତି, ହୃଷୀ ପଟ୍ଟନାୟକ ଓ ବିଜୁ ବଡଜେନା ପ୍ରମୁଖ ଅଭିନୟ କରିଛନ୍ତି । ରମେଶ ରାଉତ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment