ରେନୀ ଜେଲୱେଗରଙ୍କୁ୨୦୨୦ ବାଫଟା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
Khabar Odisha:Entertainment-London-2020-Bafta-awards-Renee-Zellweger-bags-leading-actress-title

ଲଣ୍ଡନ, ଫେବୃଆରୀ ୦୩ (ଖବର ଓଡ଼ିଶା): ଲଣ୍ଡନରେ ରବିବାର ୭୩ତମ ବାଫଟା (ବ୍ରିଟିଶ ଏକାଡେମି ଫିଲ୍ମ ଆୱାର୍ଡ) ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ରେନୀ ଜେଲୱେଗରଙ୍କୁ ଚଳିତ ଥର ଏହି ପୁରସ୍କାର ମିଳିଛି । ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଜୁଡି ଗାର୍ଲାଣ୍ଡସଙ୍କ ବାଓପିକ ଚଳଚ୍ଚିତ୍ର ‘ଜୁଡ଼ି’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । 

ଏହା ଥିଲା ଜେଲୱେଗରଙ୍କ ଦ୍ୱିତୀୟ ବାଫଟା ପୁରସ୍କାର । ୫୦ ବର୍ଷୀୟ ଅଭିନେତ୍ରୀ ପୂର୍ବରୁ ମଧ୍ୟ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ତେବେ ସେ ପୂର୍ବରୁ ଫିଲ୍ମ ‘କୋଲ୍ଡ ମାଉଣ୍ଟେନ’ ପାଇଁ ପୁରସ୍କାର ପାଇଥିଲେ । ୨୦୨୦ ଜେଲୱେଗରଙ୍କ ପାଇଁ ଶୁଭ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କୁ ଜାନୁଆରୀରେ ଜୁଡି ପାଇଁ ଗୋଲଡେନ ଗ୍ଲୋବ ପୁରସ୍କାର ମିଳିଥିଲା । 

ଏତଦବ୍ୟତୀତ ଲଉରା ଡେରନଙ୍କୁ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ପୁରସ୍କାର ମିଳିଛି । ଫିଲ୍ମ ମ୍ୟାରେଜ ଷ୍ଟୋରୀ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ପୁରସ୍କାର ସମାରୋହରେ ୱାର ଇପିକ ‘୧୯୧୭’କୁ ୭ଟି ପୁରସ୍କାର ମିଳିଛି । 

 

  • Tags:

Subscribe

National International State Sports Entertainment