ନୂଆଦିଲ୍ଲୀ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଡିଆଇଡି ସୁପର ମମ୍ ହୋଇଛନ୍ତି ହରିୟାଣାର ବର୍ଷା ବୁମରା । ସେ ହେଉଛନ୍ତି ହରିୟାଣାର ଗ୍ରାମାଞ୍ଚଳର ଜଣେ ଶ୍ରମିକ । ଟ୍ରଫି ଜିତିବା ପରେ ଗଣମାଧ୍ୟମକୁ କହିଛନ୍ତି, ଜୀବନରେ ଯେତେ କଷ୍ଟ ଆସୁ ପଛେ, ସ୍ୱପ୍ନ ପୂରା କରିବାର ଶକ୍ତି ରଖନ୍ତୁ । ଏହା ଦ୍ୱାରା ବଡ଼ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଗ୍ରାମାଞ୍ଚଳର ଏହି ମହିଳା ଶ୍ରମିକ ବର୍ଷାଙ୍କୁ ସାଢ଼େ ୭ ଲକ୍ଷ ଟଙ୍କା ନଗର ସହ ଟ୍ରମି ମିଳିଛି । ଜାତୀୟ ଗଣମାଧ୍ୟମକୁ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ନିଜ ଜୀବନରେ ଏତେ ଟଙ୍କା କେବେ ଦେଖି ନ ଥିଲି । ମାତ୍ର ଯେଉଁ ଲୋକମାନଙ୍କ ଠାରୁ ଟଙ୍କା ଧାର ନେଇ ହରିୟାଣାରୁ ମୁମ୍ବାଇ ପହଂଚିଥିଲେ, ସେମାନଙ୍କୁ ପ୍ରଥମେ ଫେରାଇବି ଏବଂ ନିଜ ପୁଅ ପାଇଁ ଏକ ଘର ନିର୍ମାଣ କରିିବି ।
ଟ୍ରଫି ବିଜୟିନୀ ହେବା ପରେ ବର୍ଷା କହିଛନ୍ତି ଯେ, ମୋତେ ବହୁତ ଖୁସି ଲାଗୁଛି । ମୋର ଆଶା ନ ଥିଲା ଯେ, ଏହି ଡିଆଇଡି ଟାଇଟଲ ଜିତିବି । ଏହି ସ୍ଥାନକୁ ପହଂଚି ପାରିବି ବୋଲି ଆଶା କରି ନଥିଲି । ମୋର ଯାତ୍ରା ବହୁତ ସୁନ୍ଦର ଥିଲା । ମୁଁ ଯେଉଁ ୩ ମାସର ଯାତ୍ରା କରିଛି, ଏହା ସ୍ମରଣୀୟ । ମୁଁ ଲୋକଙ୍କୁ ଏହା କହିବାକୁ ଚାହିଁବି ଯେ, ସ୍ୱପ୍ନ ଦେଖିବା ପାଇଁ କୌଣସି ବୟସ ସୀମା ନଥାଏ । ଯଦି ଆପଣଙ୍କ ପାଖରେ ମନୋବଳ ରହିଛି, ତା’ହେଲେ ସ୍ୱପ୍ନକୁ ପୂରା କରିପାରିବେ ।
ବର୍ଷା କହିଛନ୍ତି ଯେ, ମୋ ପାଇଁ ଏହି ଯାତ୍ରା ସହଜ ନଥିଲା । ମୁଁ ମୋର ସ୍ୱାମୀ ଦିନ ମଜୁରୀ କରି ପରିବାର ପୋଷୁଛୁ । ଅନେକ ସମୟରେ କାମ ମିଳି ନ ଥାଏ । ଖାଇବା ପାଇଁ ପାଖରେ ଟଙ୍କା ମଧ୍ୟ ନ ଥାଏ । ତେଣୁ ଲୋକଙ୍କୁ ଠାରୁ ଧାର କରି ସଂସାର ଚଳାଇବାକୁ ପଡ଼ିଥାଏ । ଖରାପ ସମୟରେ କେହି ସାଥୀ ହୋଇ ଚାଲନ୍ତି ନାହିଁ । ଲୋକେ ସହାୟତା ଦେବା ତ ଦୂରର କଥା ବି ହୁଅନ୍ତି ନାହିଁ । ଏବେ ରାଗ ଲାଗୁଛି ଯେ, ଟିଭିରେ ମୋତେ ଦେଖି ଯେତେବେଳେ ମୋର ସ୍ୱାମୀଙ୍କୁ କହୁଛନ୍ତି ବହୁତ ଖୁସି ଲାଗୁଛି । ସେମାନେ ଏବେ ଆମ ସହିତ ସଂପର୍କ ରଖିବାକୁ ଚାହୁଁଛନ୍ତି । ଏହିଭଳି ମାନସିକତା ରଖିଥିବା ଲୋକଙ୍କ ବ୍ୟବହାରକୁ ନେଇ ବହୁତ ଖରାପ ଲାଗିଥାଏ ।