ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ପଜିଟିଭ, ହାଇଦ୍ରାବାଦର ହସ୍ପିଟାଲରେ ଭର୍ତ୍ତି
Khabar Odisha:Entertainment-Bollywood-actress-Tamannaah-Bhatia-tests-positive-for-Covid-19-hospitalized

ହାଇଦ୍ରାବାଦ, ଅକ୍ଟୋବର ୦୫ (ଖବର ଓଡ଼ିଶା): ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ତମନ୍ନା ଭାଟିଆ କରୋନା ଭାଇରସ ଶିକାର ହୋଇଛନ୍ତି । ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ହାଇଦ୍ରାବାଦରେ ଏକ ୱେବ ଶୃଙ୍ଖଳାର ସୁଟିଂ କରୁଥିଲେ । ଏହି ସମୟରେ ତାଙ୍କ ଠାରେ କୋଭିଡ-୧୯ ଲକ୍ଷଣ ଦେଖାଯାଇଥିଲା ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତମନ୍ନା ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ କୋଭିଡ-୧୯ ଲାଗି ପରୀକ୍ଷା କରାଯାଇଥିଲଶ ଏବଂ ଏବେ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛିତ । 

ସୂଚନାଯୋଗ୍ୟ, ଅଭିନେତ୍ରୀ ତମନ୍ନାଙ୍କ ମା’-ବାପା ଗତ ଅଗଷ୍ଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହି ସମୟରେ ତମନ୍ନା ଟୁଇଟ କରି ଏହା ଜଣାଇଥିଲେ । ସେ ଲେଖିଥିଲେ ଯେ, ମୋର ମା’-ବାପାଙ୍କ ଠାରେ ଏହି ସପ୍ତାହରେ କୋଭିଡ-୧୯ ଲକ୍ଷଣ ଦେଖାଯାଇଛି । ପରେ ପରୀକ୍ଷା କରାଯିବାରୁ ରିପୋର୍ଟ ନେଗେଟିଭ ଆସିଛି । 

    

 

  • Tags:

Subscribe

National International State Sports Entertainment