ରିଲିଜ ହେଲା ଫିଲ୍ମ “ଗୁଡ଼ ନ୍ୟୁଜ”ର ଟ୍ରେଲର, ଦର୍ଶକ କହିଲେ ସୁପରହିଟ ହେବ ଫିଲ୍ମ
Khabar Odisha:Entertainment--bollywood-odisha-akshay-kumar-and-kareena-kapoors-film-good-newwz-trailer-out
ମୁମ୍ବାଇ, ନଭେମ୍ବର ୧୮(ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ “ଗୁଡ଼ ନ୍ୟୁଜ”ର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି । 

ରାଜ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ”ଗୁଡ଼ ନ୍ୟୁଜ” । ଅକ୍ଷୟ କୁମାର ଓ କରିନା କପୁରଙ୍କ ଯୋଡ଼ି ପୁଣି ଥରେ ବଲିଉଡ଼ ପରଦାରେ ନଜରକୁ ଆସିବ । ଏହି ଫିଲ୍ମଟିକୁ କରଣ ଜୋହର ପ୍ରଡ୍ୟୁସ କରିଛନ୍ତି । ଫିଲ୍ମ “ଗୁଡ଼ ନ୍ୟୁଜ” ପ୍ରେଗନେନ୍ସିକୁ ନେଇ ଆଧାରିତ ହୋଇଛି । ଫିଲ୍ମଟି ଡିସେମ୍ବର ୧୭ରେ ରିଲିଜ ହେବ । ଏହି ଫିଲ୍ମ ଟ୍ରେଲର ଦେଖବା ପରେ ଖୁସିରେ ଦର୍ଶକ ଟ୍ୱିଟ ମଧ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦର୍ଶକ ଟ୍ୱିଇଟ କରି ଲେଖିଛନ୍ତି ଯେ, ଫିଲ୍ମର ଟ୍ରେଲର ବର୍ତ୍ତମାନ ଠାରୁ ସୁପରହିଟ ହୋଇଛି ତେବେ ଫିଲ୍ମଟି ମଧ୍ୟ ସୁପରହିଟ ହେବ । ଏହି ଫିଲ୍ମ ପୂର୍ବରୁ ଏହି ଯୋଡ଼ି ୨୦୦୯ ମସିହାରେ ରିଲିଜ ହୋଇଥିବା “କମବକ୍ତ ଇସ୍କ”ରେ ନଜରକୁ ଆସିଥିଲେ ।

  • Tags:

Subscribe

National International State Sports Entertainment