ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଖ୍ୟାତାନାମା ଅଭିନେତା ତଥା ନିର୍ଦ୍ଦେଶକ ଧନୁଷ ଓ ତାଙ୍କ ପତ୍ନୀ ତଥା ନିର୍ଦ୍ଦେଶିକା ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ଛାଡ଼ପତ୍ର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ବୁଧବାର ଚେନ୍ନାଇର ପରିବାର କୋର୍ଟରେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଦୁଇ ଦମ୍ପତ୍ତି ଅଲଗା ହୋଇଛନ୍ତି । ଏନେଇ ଧନୁଶ ସାମାଜିକ ଗଣମାଧ୍ୟମରେ ଇନ୍ଷ୍ଟାରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ଜାନୁଆରୀରେ ଧନୁଷ ଓ ଐଶ୍ୱର୍ଯ୍ୟା ଅଲଗା ହେବା ନେଇ ଘୋଷଣା କରିଥିଲେ। ଏହି କ୍ରମରେ ଚଳିତ ବର୍ଷ ଉଭୟ ଚେନ୍ନାଇ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ହେଲେ କାର୍ଯ୍ୟ ବ୍ୟସ୍ଥତା ଯୋଗୁ ଉଭୟ ତିନି ଥର କୋର୍ଟରେ ହାଜର ହୋଇ ପାରି ନ ଥିଲେ । ଶେଷରେ ନଭେମ୍ବର ୨୧ରେ ଧନୁଷ ଓ ଐଶ୍ୱର୍ୟ୍ୟା ଫ୍ୟାମିଲି କୋର୍ଟରେ ଉପସ୍ଥିତି ରହି ଆଇନଗତ ପ୍ରକ୍ରିୟା ପୂରା କରିବା ପରେ ଉଭୟ ଆନୁଷ୍ଠାନିକ ଭାବେ ଅଲଗା ହୋଇଛନ୍ତି ।
ଫ୍ୟାମିଲି କୋର୍ଟ ବିଚାରପତି ଦୁଇ ସେଲିବ୍ରିଟିଙ୍କୁ ସେମାନଙ୍କ ନିଷ୍ପତ୍ତି ବିଷୟରେ ପଚାରିଥିଲେ। କିନ୍ତୁ ଉଭୟ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁଥିବା ଏବଂ ଦୁହିଁଙ୍କ ମଧ୍ୟରେ ଏହାକୁ ନେଇ କୌଣସି ଆପତ୍ତି ନ ଥିବା କହିଥିଲେ । ଏହା ପରେ ବୁଧବାର କୋର୍ଟ ଛାଡପତ୍ର ପ୍ରକ୍ରିୟା ପୂରା କରାଇଛନ୍ତି। ଛାଡ଼ପତ୍ର ପରେ ଧନୁଷ ଓ ଐଶ୍ୱର୍ଯ୍ୟା ଦୁଇ ପୁଅଙ୍କର ପିତାମାତା ହୋଇ ରହିବେ ବୋଲି କୋର୍ଟ କହିଛନ୍ତି। ଦୁଇ ପୁଅଙ୍କ ନାଁ ହେଉଛି ଯାତ୍ରା ଓ ଲିଙ୍ଗା