ବଲିଉଡ ଅଭିନେତା ମନୋଜ ବାଜପେୟୀ କରୋନା ସଂକ୍ରମିତ, ବନ୍ଦ ହେଲା ସୁଟିଂ
Khabar Odisha:Bollywood-actor-Manoj-Vajpayee-has-been-diagnosed-with-corona-disease-and-has-stopped-shooting
ମୁମ୍ବାଇ, ମାର୍ଚ୍ଚ ୧୨ (ଖବର ଓଡ଼ିଶା):

ବଲିଉଡ଼ ଅଭିନେତା ମନୋଜ ବାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କର ସୁଟିଂ ବନ୍ଦ ରହିଛି । ଏବେ ସେ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ମନୋଜ ଏକ ଫିଲ୍ମର ସୁଟିଂ କରୁଥିବା ବେଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି।

ଅଭିନେତାଙ୍କ ଟିମ୍‍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ଦ୍ଦେଶକ କରୋନା ସଂକ୍ରମିତ ହେବା ପରେ ମନୋଜ ନିଜର କରୋନା ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଛି। ଏହାପରେ ଫିଲ୍ମର ସୁଟିଂକୁ କିଛିମାସ ପାଇଁ ବନ୍ଦ କରାଯାଇଛି। ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ବଲିଉଡ଼ ଅଭିନେତା ରଣବୀର କପୁର ଏବଂ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ କରୋନା ସଂକ୍ରମିତ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଭଂସାଲୀଙ୍କ ଫିଲ୍ମ 'ଗଙ୍ଗୁବାଈ କାଠିଆୱାଡ଼ି' ଓ ରଣବୀରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂକୁ ସ୍ଥଗିତ ରଖାଯାଇଛି।

  • Tags:

Subscribe

National International State Sports Entertainment