ଅଜୟ ଦେବଗନଙ୍କ ଫିଲ୍ମ 'ଭୋଲା'କୁ CBFCରୁ ‘UA’ ସାର୍ଟିଫିକେଟ୍' ମିଳିଛି। ଏହା ସହିତ ଏହାର ରନ୍ ଟାଇମ୍ ମଧ୍ୟ ସାମ୍ନାକୁ ଆସିଛି। ଆଡଭାନ୍ସ ବୁକିଂରେ ୧କୋଟି ଟଙ୍କା ଉପରେ ଆୟ ମଧ୍ୟ କରିସାରିଲାଣି। ଏହି ସପ୍ତାହରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ 'ଭୋଲା' ଚଳଚିତ୍ର । ମାର୍ଚ୍ଚ ୩୦ରେ ରାମ ନବମୀ ଅବସରରେ ମୁକ୍ତିଲାଭ କରିବ 'ଭୋଲା' । ୨୦୧୯ରେ ମୁକ୍ତିଲାଭ କରିଥିବା ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ 'କୈଥୀ'ର ଏହା ହେଉଛି ରିମେକ୍ । ଏହାକୁ ଅଜୟ ଦେବଗନ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ସେ ଜଣେ ଶିବ ଭକ୍ତ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଫିଲ୍ମ 'ଭୋଲା'କୁ ସେନ୍ସର ବୋର୍ଡ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ରୁ ‘UA’ ସାର୍ଟିଫିକେଟ୍' ମିଳିଛି ଏବଂ ଫିଲ୍ମ ସହ ଜଡିତ ଅନ୍ୟାନ୍ୟ ବିବରଣୀ ମଧ୍ୟ ସାମ୍ନାକୁ ଆସିଛି। ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ରରେ ତବୁ, ଅମ୍ଲା ପଉଲ, ଦୀପକ ଡୋବରିଆଲ, ଗଜରାଜ ରାଓ, କିରଣ କୁମାର ପ୍ରମୁଖ ନଜର ଆସିବେ। ଚଳଚ୍ଚିତ୍ରର UA ସାର୍ଟିଫିକେଟ୍ ପାଇବା ସହିତ ଏହାର ରନ୍ ଟାଇମ୍ ମଧ୍ୟ ସାମ୍ନାକୁ ଆସିଛି। ଚଳଚ୍ଚିତ୍ରର ରନ୍ ଟାଇମ୍ ୨ ଘଣ୍ଟା ୨୪ ମିନିଟ୍ ରହିଛି । ଫିଲ୍ମ ଆରମ୍ଭ ହେବାର ୧ ଘଣ୍ଟା୧୮ ମିନିଟ୍ ପରେ ରହିବ ଇଣ୍ଟରଭାଲ | ଏହି ଚଳଚ୍ଚିତ୍ରରେ ଟ୍ରକ୍ ଏବଂ ବାଇକ୍ର ଏକ ଆକ୍ସନ୍ ସିକ୍ୱେନ୍ସ ଅଛି, ଯାହା ୬ ମିନିଟ୍ର ହେବ। ଏହା ଉପରେ ଅଜୟ ଦେବଗନ୍ କଠିନ ପରିଶ୍ରମ କରିଛନ୍ତି। ଏହି ଆକ୍ସନ୍ ସିକ୍ୱେନ୍ସ ଅନେକ ରିଟେକ୍ ପରେ ଯାଇ ୧୧ ଦିନ ମଧ୍ୟରେ ଏହି ଆକ୍ସନ୍ ଦୃଶ୍ୟ ଫାଇନାଲ୍ ହୋଇଥିଲା। ଫିଲ୍ମର ଆକ୍ସନ ସିନ ଟ୍ରେଲରକୁ ଦେଖିଲେ ଲାଗୁଛି ଯେ ଫିଲ୍ମଟି ହାଉସଫୁଲ ହେବ | ବର୍ତମାନ ଚଳଚ୍ଚିତ୍ର ରିଲିଜ ନ ହେବା ଆଗରୁ କେବଳ ଆଡ଼ଭାନ୍ସ ଟିକେଟ ବୁକିଂରେ ୧ କୋଟିର ଆୟ କରିସାରିଲେଣି | ଏବେ କେବଳ ଫିଲ୍ମର ରିଲିଜ ହେବାକୁ ଦର୍ଶକମାନେ ଅପେକ୍ଷା କରିଛନ୍ତି |