ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ ଫ୍ୟାଶନ୍ ଆଇକନ୍ ଶୋ ମେଟ୍ ଗାଲା-୨୦୨୫ ଆରମ୍ଭ ହୋଇଯାଇଛି । ଏଥିରେ ଅନେକ ବଲିଉଡ୍ କଳାକାରଙ୍କୁ ଦେଖିବାକୁ ମିଳିଛି । ମେଟ୍ ଗାଲାର ବ୍ଲୁ କାର୍ପେଟରେ ପାଦ ରଖିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ଇଶା ଅମ୍ବାନୀ ।
ଇଶା ଅମ୍ବାନୀଙ୍କୁ ରୟାଲ୍ ଲୁକରେ ଦେଖିବାକୁ ମିଳିଛି । ଧଳା ରଙ୍ଗର ଲମ୍ବା କୋଟ୍ ସହିତ କଳା ରଙ୍ଗର ପ୍ୟାଣ୍ଟ୍ । ଏହାକୁ ଡିଜାଇନ୍ କରିଛନ୍ତି ଫ୍ୟାଶନ୍ ଡିଜାଇନର୍ ଅନାମିକା ଖାନା । ବନାରସ ସିଲ୍କ କପଡ଼ାରେ ତାଙ୍କର ପୋଷାକ ତିଆରି କରାଯାଇଛି । ଏଥିରେ ମୋତିର କାମ ମଧ୍ୟ ରହିଛି । ଭାରତୀୟ ହସ୍ତତନ୍ତକୁ ଆଗକୁ ବଢ଼ାଇବାକୁ ଏଥିରେ ପ୍ରୟାସ କରାଯାଇଛି । ପାରମ୍ପାରିକ ଶୈଳୀରେ ଏହାକୁ ତିଆରି କରିବାକୁ ୧୫,୦୦୦ ଘଣ୍ଟା (୩୬୫ ଦିନ) ସମୟ ଲାଗିଛି ।
ମେଟ୍ ଗାଲାରେ ଶାହରୁଖ ଖାନ୍, କିଆରା ଆଡଭାନୀ, ଦିଲଜିତ ଦୋସାଞ୍ଜ, ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି ।