ବଲିଉଡ଼୍ ର ସବୁ ନିର୍ଦ୍ଦେଶକଙ୍କୁ ରାଜାମୌଲିଙ୍କ ଭଳି ଚଳଚ୍ଚିତ୍ର ଲେଖିବା ଉଚିତ: ରାମ ଚରଣ ନୂଆଦିଲ୍ଲୀ ,ଏପ୍ରିଲ 12(ଖବର ଓଡ଼ିଶା) Share story: ରାମ ଚରଣ ଓ ଜୁନିଅର ଏନଟିଆର ଷ୍ଟାର ଏସ୍ ଏସ୍ ରାଜାମୌ ଲିଙ୍କ RRR ସିନେମା ଜଗତରେ ରେକର୍ଡ ଭାଙ୍ଗିଛି । ୧୦୦୦ କୋଟି କ୍ଲବରେ ସାମିଲ ହେବା ଠାରୁ ୨୦ ମିଲିୟନ୍ ମାର୍କରେ ପହଞ୍ଚିବା ପର୍ଯ୍ୟନ୍ତ ଏହା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ସଫଳତା ଭାବରେ ଉଭା ହୋଇଛି । ବିଶେଷକରି କୋଭିଡ ମହାମାରୀ ପରେ ଏହି ଚଳଚ୍ଚିତ୍ର ଏକ ନୂତନ ଉଚ୍ଚତାକୁ ଛୁଇଁଛି, ଯେଉଁଥିପାଇଁ ସିନେମାର ଭବିଷ୍ୟତ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦୃଶ୍ୟମାନ ହେବ । ନିକଟରେ ମେଗା ପାୱାର ଷ୍ଟାର ରାମ ଚରଣଙ୍କୁ ପଚରାଯାଇଥିଲା ଯେ ଦକ୍ଷିଣ ଭାରତରେ ବଲିଉଡ ଚଳଚ୍ଚିତ୍ର କାହିଁକି ଏତେ ପ୍ରଶଂସିତ ହୁଏ ନାହିଁ, ଯେତେବେଳେ କି ଆରଆରଆର ଏବଂ ପୁଷ୍ପା ଭଳି ଚଳଚ୍ଚିତ୍ର ସାରା ଦେଶରେ ରେକର୍ଡ ଭାଙ୍ଗିଛି? ରାମ ଚରଣ କହିଛନ୍ତି, "ମୁଁ ହିନ୍ଦୀ ସିନେମାର ଜଣେ ଏପରି ନିର୍ଦ୍ଦେଶକ ଚାହୁଁଛି ଯିଏ ଏକ ଫିଲ୍ମ ତିଆରି କରିବେ ଯାହା ଦକ୍ଷିଣ ଭାରତରୁ ଆସିଥିବ। ପୁଣି ସଲମାନ ଖାନ ଟ୍ୱିଟ କରି କହିଛନ୍ତି ଯେ ମୁଁ ରାମ, ରାଜମୌଲି ଏବଂ ଅନେକ ଷ୍ଠାରଙ୍କ କାମକୁ ଭଲପାଏ କିନ୍ତୁ ଦକ୍ଷିଣରେ ଆମର ଚଳଚ୍ଚିତ୍ର କାହିଁକି ନୁହେଁ? ରାମ ଚରଣ କହିଛନ୍ତି “ମୁଁ ବିଶ୍ୱାସ କରେ ଏହା ସଲମାନ ଖାନ୍ଙ୍କର କୌଣସି ଦୋଷ କିମ୍ବା କୌଣସି ଚଳଚ୍ଚିତ୍ରର ଦୋଷ ନୁହେଁ। ଏହା ଏକ ଲେଖା, ଏହା ହେଉଛି ନିର୍ଦ୍ଦେଶକଙ୍କ ଦାୟିତ୍ୱ । ସବୁ ବେଳେ ନିର୍ଦ୍ଦେଶନା ଏପରି ଦେବା ଉଚିତ୍ ଯାହାକି ଫିଲ୍ମଟି ସବୁ ସ୍ଥାନରେ ଭଲ ପାଇବା ସାଉଁଟିବ । ଏହା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ୍ । କେବଳ ଏତିକି ନୁହେଁ ପ୍ରତ୍ୟେକ ନିର୍ଦ୍ଦେଶକ ବିଜୟେନ୍ଦ୍ର ପ୍ରସାଦ କିମ୍ବା ରାଜାମୌଲିଙ୍କ ଭଳି ଚଳଚ୍ଚିତ୍ର ଲେଖିବା ଉଚିତ ଏବଂ ଏହାକୁ ବିଶ୍ୱାସ କରିବା ଉଚିତ୍ । ଖବର ଓଡ଼ିଶା, Reporter, 11/04/2022