ମା’ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ,ସୋସିଆଲ ମିଡ଼ିଆରେ ଛୁଟୁଛି ଶୁଭେଚ୍ଛାର ସୁଅ ନୂଆଦିଲ୍ଲୀ, ଜୁନ୍ ୨୭ (ଖବର ଓଡ଼ିଶା): Share story: ଆଜି ଆଲିଆ ଭଟ୍ଟ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେଇଛନ୍ତି । ଏହା ସହିତ ତାଙ୍କ ପରିବାରରେ ଉତ୍ସବର ପରିବେଶ ଖେଳିଯାଇଛି । ଆଲିଆ ମା ହେବାକୁ ଯାଉଥିବା ଖବରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଲିଆଙ୍କ ମା ଓ ବାପା ମଧ୍ୟ ଆଲିଆ ଏବଂ ରଣବୀରଙ୍କ ପିତାମାତା ହେବା ଖବରକୁ ଖୁସିର ଖବର ବୋଲି କହିଛନ୍ତି । ଏବେ ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏହି ଖବର ଉପରେ ମହେଶ ଭଟ୍ଟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସେ ନାନା(ଅଜା)ଙ୍କ ଭୂମିକା ପାଇଁ ପ୍ରସ୍ତୁତ ଅଛନ୍ତି। ଡେବ୍ୟୁ ଚମତ୍କାର ହେବ ବୋଲି ମଧ୍ୟ ଲେଖିଛନ୍ତି । ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଛନ୍ତି । ସେ ଇଂଷ୍ଟାଗ୍ରାମରେ ଆମ ସନ୍ତାନ ଆସୁଛନ୍ତି ବୋଲି ଲେଖି ପୋଷ୍ଟ କରିଛନ୍ତି । କେବଳ ସେ ନୁହେଁ ତାଙ୍କ ଭଉଣୀ ମଧ୍ୟ ଏହା ଖୁସି ଖବରକୁ ସେୟାର କରିଛନ୍ତି । ସୁଚନା ଅନୁସାରେ ଗତ ଏପ୍ରିଲ ୧୪ ତାରିଖରେ ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ରଣବୀର-ଆଲିଆଙ୍କ ହାତଗଣ୍ଠି ପଡ଼ିଥିଲା । ଖବର ଓଡ଼ିଶା, Reporter, 27/06/2022