ବଲିଉଡ୍ ଖିଲାଡି ବଏ ଅକ୍ଷୟ କୁମାର ତାଙ୍କ ଆସିବାକୁଯାଉଥିବା ଦୁଇ ପ୍ରୋଜେକ୍ଟ ବିଷୟରେ ଚର୍ଚ୍ଚା କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଅକ୍ଷୟ କହିଛନ୍ତି, ସେ ଏବେ ଦୁଇଟି ପ୍ରୋଜେକ୍ଟରେ କାମ କରୁଛନ୍ତି । ପ୍ରଥମ ପ୍ରକଳ୍ପ ବିଷୟରେ ସେ କହିଛନ୍ତି ଯେ ସ୍କ୍ରିପ୍ଟ ସମ୍ପୂର୍ଣ୍ଣ ହୋଇଛି, ଦର୍ଶକ ଅପେକ୍ଷା କରିଥିବା ତାଙ୍କର ଏହି ୱେବସିରିଜ୍ର ନାମ ‘ଦି ଏଣ୍ଡ୍’ ରହିଛି । ପ୍ରକଳ୍ପର ଟାଇଟଲ୍ ବଦଳାଯିବ ଏବଂ ଆସନ୍ତା ବର୍ଷ ଶୁଟିଂ ଆରମ୍ଭ ହେବ। ଏହି ପ୍ରୋଜେକ୍ଟ ୱେବ୍ ସିରିଜ୍ କ୍ଷେତ୍ରରେ ଅକ୍ଷୟ କୁମାରଙ୍କର ପ୍ରଥମ ପଦକ୍ଷେପ ହେବ |
ପ୍ରଥମ ଥର ପାଇଁ ଅକ୍ଷୟ କୁମାରଙ୍କୁ କୌଣସି ୱେବସିରିଜରେ ଦେଖିବାକୁ ମିଳିବ । ସାଇନ୍ସ ଫିକ୍ସନ ୱେବସିରିଜ୍ରେ ଆକ୍ସନ ଡ୍ରାମା ମଧ୍ୟ ଦେଖିବାକୁ ମିଳିବ । ସେହିପରି ସେକ୍ସ ଏଜୁକେଶନ ଭଳି ସାମାଜିକ ଚଳଚ୍ଚିତ୍ର କରିବା ତାଙ୍କର ପସନ୍ଦ ବୋଲି ଅକ୍ଷୟ କହିଛନ୍ତି । ଏହା ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି, 'ମୁଁ ସାମାଜିକ ପ୍ରସଙ୍ଗରେ ଚଳଚ୍ଚିତ୍ର କରିବାକୁ ପସନ୍ଦ କରେ, ଯାହା ବିଶେଷ କରି ମୋ ଦେଶରେ ଏବଂ କାହାର ଜୀବନରେ ପରିବର୍ତ୍ତନ ଆଣିପାରେ |'