ଅଗଷ୍ଟ ମାସରେ ରିଲଜ ହେବ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ 'ପୁଷ୍ପା ୨: ଦ ରୁଲ୍' । ଏଥିପାଇଁ ସବୁ ଦର୍ଶକ ବେଶ ଉତ୍ସାହର ସହିତ ଏହି ମୁଭିକୁ ଅପେକ୍ଷା କରିଛନ୍ତି । ଏଥିରେ ରଶ୍ମିକା ମନ୍ଦନା ଶ୍ରୀବଲୀ ଭୂମିକାରେ ନଜର ଆସିବେ। କିଛି ଦିନ ପୂର୍ବରୁ ଏହି ଫିଲ୍ମର ପ୍ରଥମ ଗୀତ 'ପୁଷ୍ପା ପୁଷ୍ପା' ମୁକ୍ତିଲାଭ କରିଥିଲା, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ନିର୍ମାତା ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଏହି ଗୀତରେ ରଶ୍ମିକା ମନ୍ଦନା ଅଲୁ ଅର୍ଜୁନଙ୍କ ସହ ଦେଶୀ ଡ୍ୟାନ୍ସ କରୁଥିବା ନଜର ଆସିବେ।
ନିର୍ମାତା 'ପୁଷ୍ପା ୨: ଦ ରୁଲ୍'ର ଦ୍ୱିତୀୟ ଗୀତ ବିଷୟରେ ସୂଚନା ପ୍ରଦାନ କରି ଏକ ପୋଷ୍ଟର ଜାରି କରିଛନ୍ତି। ଏହାକୁ ଶେୟାର୍ କରି ନିର୍ମାତା କ୍ୟାପ୍ସନ୍ରେ କହିଛନ୍ତି ଯେ 'ପୁଷ୍ପା ୨: ଦ ରୁଲ୍'ର ଦ୍ୱିତୀୟ ଗୀତ # ଦ କପଲ୍ ଗୀତ ଆସନ୍ତାକାଲି ସକାଳ ୧୧:୦୭ରେ ମୁକ୍ତିଲାଭ କରିବ। ଏହାକୁ ନେଇ ଉତ୍ସାହ ବୃଦ୍ଧି ପାଉଛି। ଏହି ଗୀତଟି ଶ୍ରେୟା ଘୋଷାଲ ୬ଟି ଭାଷାରେ ଗାଇଛନ୍ତି ।
ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର। ସେ ଫିଲ୍ମର ପୂର୍ବ ଭାଗ ଅର୍ଥାତ୍ 'ପୁଷ୍ପା: ଦି ରାଇଜ୍'ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା। ‘ପୁଷ୍ପା ୨: ଦି ରୁଲ୍’ରେ ଫହଦ୍ ଫାଜିଲ୍ ଭିଲେନ୍ ଭୂମିକାରେ ନଜର ଆସିବେ।
ଅଧିକା ପଢନ୍ତୁ: କାହିଁକି ଆମିଷ ଛାଡିଥିଲେ ଜାହ୍ନବୀ