୨୦୨୦ ମସିହାରେ ରିଲିଜ୍ ହୋଇଥିଲା ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ 'ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’ । ସେଥିରେ ଭେଟେରାନ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଜାହ୍ନବୀଙ୍କର ପିତାଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ପଙ୍କଜଙ୍କ ସହିତ କାମ କରିବା ଜାହ୍ନବୀଙ୍କର ଏକ ବଡ଼ ସ୍ୱପ୍ନ ଥିଲା। ଏପରିକି ସେଥିଲାଗି ମାନସିକ ରଖି ସେ ୧୦-୧୫ ଦିନ ଲାଗି ଆମିଷ ଛାଡ଼ି ଦେଇଥିଲେ ।ଜାହ୍ନବୀ ଏବେ ତାଙ୍କର ଅପକମିଙ୍ଗ୍ ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ୍ ମାହିଁ'ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ସେହି ଅବସରରେ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ଫିଲ୍ମ ଜଗତର ଶ୍ରେଷ୍ଠ କଳାକାରଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀ ଅନ୍ୟତମ। ତାଙ୍କ ସହିତ କାମ କରିବାକୁ ମୋର ପ୍ରବଳ ଇଚ୍ଛା ଥିଲା। ଏପରି ସ୍ଥଳେ ପଙ୍କଜ ସାର 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ୍ ଗାର୍ଲ ଫିଲ୍ମ ସାଇନ୍ କରନ୍ତୁ ବୋଲି ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲି । ମାନସିକ ସ୍ବରୂପ ୧୦-୧୫ ଦିନ ଧରି ନିରାମିଷାଶୀ ମଧ୍ୟ ହୋଇଯାଇଥିଲି । ଆଜି ମଧ୍ୟ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ । ‘ମିଷ୍ଟର ଆଣ୍ଡ ମିସେସ୍ ମାହିଁ'ରେ ତାଙ୍କୁ ଦେଖିବାକୁ ମିଳିଛି। ଏହାର ପ୍ରଯୋଜନା ଦେଇଛନ୍ତି କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ । ଏହି ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ସ୍କ୍ରିନ୍ ସେୟାର କରିବେ ରାଜକୁମାର ରାଓ । ତାହା ମେ ୩୧ରେ ଥିଏଟରରେ ରିଲିଜ୍ ହେବ ।
ଅଧିକା ପଢନ୍ତୁ : ଟେଲିଭିଜନ ଅଭିନେତା ଜନି ୱାକ୍ଟରଙ୍କୁ ହତ୍ୟା