ନିକଟରେ ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ପ୍ରାୟ ପାଞ୍ଚ କୋଟି ଟଙ୍କା ଦେଇ କିଣିଛନ୍ତି , ସମସ୍ତଙ୍କର ଡ୍ରିମ କାର 'ଲମ୍ବୋର୍ଗିନି' । ମୁମ୍ବାଇ, ମହାରାଷ୍ଟ୍ରରେ ତାଙ୍କୁ ତାଙ୍କ ନୂଆ ଗାଡ଼ି ସହ ସ୍ପଟ କରାଯାଇଛି । ନୂଆ ଗାଡ଼ି ଟି କିଣିବା ପରେ ଶ୍ରଦ୍ଧା ତାକୁ ପୂଜା କରେଇ ଥିବାର ଦେଖା ଯାଇଛି । ସେଥିରେ ଶ୍ରଦ୍ଧା ଗୋଟିଏ ଧଳା ଏବଂ ଲାଲ ରଙ୍ଗର ସଲବାର ପିନ୍ଧିଥିବା ବେଳେ ତା ସହ ଲାଲ ରଙ୍ଗର ଦୁପଟ୍ଟା carry କରିଥିଲେ । No-Makeup ଲୁକରେ ମଧ୍ୟ ସମସ୍ତ ଫ୍ୟାନ୍ସ ମାନଙ୍କର ମନ ଜିତି ନେଇଥିଲେ ଶ୍ରଦ୍ଧା । ଗାଡ଼ିକୁ ପୂଜା କରିବା ପରେ ତାଙ୍କ ସହ ଦେଖା କରିବାକୁ ଆସିଥିବା ଫ୍ୟାନ୍ସମାନଙ୍କ ସହ ଫଟୋ ମଧ୍ୟ ଉଠେଇ ଥିଲେ ଶ୍ରଦ୍ଧା । ଏହାପରେ ନିଜ ଲମ୍ବୋର୍ଗିନିକୁ ନିଜେ ଚଳାଇ ଏହାର ଖୁସି ଅନୁଭବ କରିଥିଲେ ଶ୍ରଦ୍ଧା । ଶେଷଥର ପାଇଁ ଶ୍ରଦ୍ଧାଙ୍କୁ ଫିଲ୍ମ 'Tu Jhoothi Main Makkaar' ରେ ଅଭିନେତା ରଣବୀର କପୁରଙ୍କ ସହ ଦେଖା ଯାଇଥିଲା । ଯାହା ବକ୍ସ ଅଫିସ ରେ ଭଲ ବ୍ୟବସାୟ ମଧ୍ୟ କରିପାରିଥିଲା । ଏହାପରେ ଖୁବ ଶୀଘ୍ର ଶ୍ରଦ୍ଧାଙ୍କୁ 'ସ୍ତ୍ରୀ -2' ରେ ଦେଖିପାରିବେ ଦର୍ଶକ ।
ଏହାସହ ବଲିଉଡ ର ବେବୋ କରୀନାଙ୍କୁ ମଧ୍ୟ ତାଙ୍କ ପୁଅ ଜାହାଙ୍ଗୀର ସହ ବାନ୍ଦ୍ରା ରେ ସ୍ପଟ କରଯାଇଛି । ଅଭିନେତ୍ରୀ କରୀନା କପୁର ଖାନଙ୍କୁ ବୁଧବାର ଦିନ ବାନ୍ଦ୍ରାସ୍ଥିତ ମେହବୁବ ଷ୍ଟୁଡିଓରେ ପୁଅ ଜାହାଙ୍ଗୀର ଖାନଙ୍କ ସହ ଦେଖିବାକୁ ମିଳିଥିଲା। ସେତେବେଳେ କରୀନା ଏକ ଡେନିମ୍ ଜିନ୍ସ ଏବଂ ଗ୍ରେ ରଙ୍ଗର ସ୍ନିକର ସହିତ ଏକ ପ୍ରିଣ୍ଟେଡ୍ ସାର୍ଟ ପିନ୍ଧିଥିଲେ । ତାଙ୍କର ଏହି କୁଲ ଲୁକ ତାଙ୍କ ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଥିଲା । କରୀନା କପୁର ଖାନଙ୍କ ନୂତନ ଫିଲ୍ମ 'ଦି ବକିଙ୍ଗହମ୍ ମର୍ଡର୍ସ' 14 ଅକ୍ଟୋବର 2023 ରେ 67 ତମ BFI ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏହାସହ ଏହି ଫିଲ୍ମଟି ନେଟଫ୍ଲିକ୍ସରେ ଏକ ନିର୍ଦ୍ଦିଷ୍ଟ ଷ୍ଟ୍ରିମିଂ ରିଲିଜ୍ ପାଇଁ ମଧ୍ୟ ସେଟ୍ ହୋଇଛି ।