ମହିଳା ଆୟୋଗରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ, ଜୀବନ ପ୍ରତି ବିପଦ ଦର୍ଶାଇ ସୁରକ୍ଷା ଦାବି
Khabar Odisha:Actress-Payal-Ghosh-who-arrived-at-the-Womens-Commission-demanded-protection-for-her-life
ମୁମ୍ବାଇ, ଅକ୍ଟୋବର ୦୬ (ଖବର ଓଡ଼ିଶା):

ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ମଙ୍ଗଳବାର ଦିଲ୍ଲୀର ଜାତୀୟ ମହିଳା ଆୟୋଗରେ ପହଞ୍ଚି ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି। ସେ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କୁ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ।

ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମାଙ୍କୁ ଭେଟିବା ପରେ ଅଭିନେତ୍ରୀ କହିଛନ୍ତି, 'ମୁଁ କିପରି ରେଖା ମ୍ୟାଡାମଙ୍କ ସହ ଆଲୋଚନା କରିଥିଲି ତଦନ୍ତ କିପରି ତ୍ୱରାନ୍ୱିତ ହୋଇପାରିବ। ସେମାନେ ମୋତେ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। '

ୱାଇ ବର୍ଗର ସୁରକ୍ଷା ଯୋଗାଇବା ପାଇଁ ଅଭିନେତ୍ରୀ ମହାରାଷ୍ଟ୍ର ସରକାରଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେ ମହିଳା ଆୟୋଗର ଅଧ୍ୟକ୍ଷଙ୍କୁ ଭେଟିବା ପୂର୍ବରୁ ସେପ୍ଟେମ୍ବର 29ରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିଥିଲେ ଏବଂ ସୁରକ୍ଷା ଦାବି କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ମୋ ଘରୁ ବାହାରି ପାରୁ ନ ଥିବାରୁ ସୁରକ୍ଷା ମାଗିଛି। ଯେତେବେଳେ ବି ମୁଁ ବାହାରକୁ ଯାଏ ମୋତେ କିଛି ଲୋକ ପିଛା କରୁଛନ୍ତି  । ଏଭଳି ପରିସ୍ଥିତିରେ କାମ କରିବା ମୋ ପାଇଁ ବହୁତ କଷ୍ଟକର । ମୋ ସହିତ କଣ ଘଟିଥିଲା ସେ ବିଷୟରେ କହିବାକୁ ମୁଁ ସାହସ ଜୁଟାଇଥିବାରୁ ବିପଦ ବଢିଛି । କିନ୍ତୁ ମୋ ପିତାମାତା ଚିନ୍ତିତ ଏବଂ ମୁଁ ସେମାନଙ୍କୁ ବିବ୍ରତ କରିବାକୁ ଆଉ ଚାହୁଁନାହିଁ। '

  • Tags:

Subscribe

National International State Sports Entertainment