ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ସଂକ୍ରମିତ ନୂଆଦିଲ୍ଲୀ, ଜାନୁଆରୀ ୦୩(ଖବର ଓଡିଶା): Share story: ଅଭିନେତା ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ସଂକ୍ରମିତ ହୋଇଛନ୍ତି । ଜନ୍ ଆବ୍ରାହମ୍ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଉଭୟ କରୋନା ଟିକା ନେଇଥିଲେ । ତଥାପି ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି । ଜନ ଓ ତାଙ୍କ ପତ୍ନୀ ପ୍ରିୟା ଦୁଇଟି ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଜନ କହିଛନ୍ତି ଯେ, ୩ ଦିନ ପୂର୍ବେ ଜଣେ କରୋନା ପଜିଟିଭଙ୍କ ସମ୍ପର୍କରେ ଆସିଥିଲେ । ଜନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲି ଯାହାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ପ୍ରିୟା ଏବଂ ମୋର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସେହିପରି ଆମେ ଦୁହେଁ ଏବେ କ୍ୱାରେଣ୍ଟାଇନରେ ରହିଛୁ ଏବଂ କାହା ସମ୍ପର୍କରେ ଆସୁନାହୁଁ । ଆମ ଦୁଇ ଜଣଙ୍କର ସାମାନ୍ୟ ଲକ୍ଷଣ ରହିଛି । ଦୟାକରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ । ଖବର ଓଡ଼ିଶା, Reporter, 03/01/2022