ପୁଣି କମବ୍ୟାକ କଲେ ଆମିର ଖାନ। ଫିଲ୍ମରୁ କିଛି ଦିନ ବିରତି ନେବା ପରେ ପୁଣି ବଡ ପରଦାକୁ ତାଙ୍କ ଅଭିନୀତ ଚଳଚିତ୍ର ଆସୁଛି। ନିକଟରେ ଆମିର ଖାନଙ୍କ ଚଳଚିତ୍ର ‘ସୀତାର ଜାମିନ ପର' ମୁକ୍ତି ଲାଭ କରିବାକୁ ଯାଉଛି। ତେବେ ‘ସୀତାର ଜାମିନ ପର' ଫିଲ୍ମକୁ ରିଲିଜ କରିବା ପାଇଁ ତାଙ୍କୁ CBFC ପକ୍ଷରୁ ଅନୁମତି ମିଳିଛି। ଫିଲ୍ମର ଟ୍ରେଲର ମେ ୧ ରେ ରିଲିଜ ହେବାକୁ ଯାଉଛି। ଏଥିପାଇଁ ଆମିରଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମ ଏବଂ ତା’ର ଟ୍ରେଲର ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ ଫିଲ୍ମର ଟ୍ରେଲରଟି ୩ମିନିଟ୍ ୨୯ ସେକେଣ୍ଡର ରହିଛି ଏବଂ ୧୩ବର୍ଷରୁ କମ୍ ବର୍ଷର ପିଲା ଏହି ଫିଲ୍ମଟିକୁ ଦେଖିପାରିବେ ନାହିଁ ବୋଲି ସୂଚନା ମିଳିଛି।
ତେବେ ଫିଲ୍ମଟି ଆରଏସ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହି ଫିଲ୍ମଟି ଏକ ସ୍ପାନିସ୍ ଫିଲ୍ମ ‘ଚାମ୍ପିଅନ୍ସ’ର ରିମେକ୍। ଏଥିରେ ମୁଖ୍ୟ ଭୂମିକାରେ ଆମିର ଖାନଙ୍କ ସହିତ ଜେନେଲିଆ ଡିସୁଜା ମଧ୍ୟ ନଜର ଆସିବେ। ତେବେ ଉକ୍ତ ଚଳଚ୍ଚିତ୍ରରେ ଅମୀର ଖାନ ଜଣେ ‘ଅତ୍ୟନ୍ତ ଅଭଦ୍ର’ ବାସ୍କେଟବଲ୍ ପ୍ରଶିକ୍ଷକଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ। ଆମିର ଖାନଙ୍କ ଏହି ଫିଲ୍ମକୁ ମେ ୩୦ରେ ରିଲିଜ କରାଯାଇଥାନ୍ତା କିନ୍ତୁ ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇ ଜୁନ୍ ୨୦କୁ ରିଲିଜ ଡେଟ୍ ଭାବେ ଧାର୍ଯ୍ୟ କରାଯାଇଛି। ତେବେ ଚଳଚ୍ଚିତ୍ରଟି ରିଲିଜ ହେବାପରେ ବକ୍ସ ଅଫିସରେ ଧମାଲ କରିବ ବୋଲି ନିର୍ଦେଶକ ଆସ ରଖିଛନ୍ତି ।