୨୦୦ କୋଟି ଟଙ୍କା ଅର୍ଥ ହେରଫେର୍ ମାମଲା, ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିସ୍ଙ୍କୁ ସାମାନ୍ୟ ଆଶ୍ବସ୍ତି ମୁମ୍ବାଇ, ଅକ୍ଟୋବର ୨୨(ଖବର ଓଡିଶା): Share story: ବହୁ ଚର୍ଚ୍ଚିତ ୨୦୦ କୋଟି ଟଙ୍କା ଅର୍ଥ ହେରଫେର୍ ମାମଲା। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିସ୍ଙ୍କୁ ସାମାନ୍ୟ ଆଶ୍ବସ୍ତି । ନଭେମ୍ୱର ୧୦ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ବଢ଼ାଇଲେ କୋର୍ଟ । ଦିଲ୍ଲୀ କୋର୍ଟ ଜ୍ୟାକ୍ଲିନ୍ଙ୍କ ଜାମିନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲା ସମ୍ପର୍କିତ ଚାର୍ଜସିଟ୍ ଏବଂ ଅନ୍ୟାନ୍ୟ ଦସ୍ତାବିଜ ସମସ୍ତ ପକ୍ଷକୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତକାରୀ ସଂସ୍ଥା ଇଡି ଜ୍ୟାକ୍ଲିନ୍ ଏହି ମାମଲାରେ ଜଡ଼ିତ ଥିବା ନେଇ ଅଗଷ୍ଟ ୧୭ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା । ଜ୍ୟାକ୍ଲିନ୍ଙ୍କୁ ବେଆଇନ୍ ଭାବେ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲା ଠକ ସୁକେଶ ଚନ୍ଦ୍ରଶେଖର । ଏଥିସହିତ ଅଭିନେତ୍ରୀ ଏବଂ ତାଙ୍କର ପରିବାର ଲୋକଙ୍କୁ ସେ ବିଳାଶପୂର୍ଣ୍ଣ କାର, ଦାମୀ ବ୍ୟାଗ୍, ଡ୍ରେସ୍, ଜୋତା ଏବଂ ଦାମୀ ଘଣ୍ଟା ମଧ୍ୟ ଉପହାର ସ୍ୱରୂପ ଦେଇଥିଲା । ଖବର ଓଡ଼ିଶା, Reporter, 22/10/2022