ବଲିଉଡ୍ ର ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ରାନୀଗଞ୍ଜ' କୁ ତାଙ୍କ ଫ୍ୟାନ୍ସମାନେ ବହୁତ ସମୟ ଧରି ଅପେକ୍ଷା କରିଥିଲେ । ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟି ଦିବଙ୍ଗଗତ 'ଜସବନ୍ତ ସିଂ ଗିଲ'ଙ୍କ ଜୀବନ ଉପରେ ଆଧାରିତ । ଜସବନ୍ତ ସିଂ ଗିଲ କୋଇଲା ଖାଦାନରେ ବନ୍ୟା ପାଣି ଭରି ଯାଇଥିବାରୁ ସେଠାରେ ଫସିଯାଇ ଥିବା ଶ୍ରମିକ ମାନଙ୍କର ଜୀବନ ରକ୍ଷା କରିଥିଲେ । କିଛି ସମୟ ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । 2 ଘଣ୍ଟା ମଧ୍ୟରେ ହିଁ ଏହି ଫିଲ୍ମ ଟିକୁ 1 ମିଲିଅନ ଠାରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହି 2.15 ସେକେଣ୍ଡ ର ଟ୍ରେଲର ଟି ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେହି କୋଇଲା ଖଣିରେ ଫସି ଥିବା 65 ଜଣ ଶ୍ରମିକଙ୍କ କାହାଣୀ ନିଶ୍ଚୟ ଦର୍ଶକଙ୍କ ମନକୁ ଜିତିବ । କୋଇଲା ଖଣିରେ ଫସି ଥିବା 65 ଜଣ ଶ୍ରମିକଙ୍କ ଘରଲୋକ ଚିନ୍ତିତ ହୋଇ ପଡିଥିବା ବେଳେ ତାଙ୍କୁ ବାହାର କରିବାର ସମସ୍ତ ପ୍ରୟାସ ବିଫଳ ହୋଇଯାଇଥିଲା । ଏହାପରେ ତାଙ୍କୁ ବଞ୍ଚେଇବା ପାଇଁ ଜସବନ୍ତ ସିଂ ଗିଲ ସେଠାରେ ପହଞ୍ଚି ଥିଲେ | ନିଜ ଜୀବନକୁ ବାଜି ଲଗେଇ ସମସ୍ତ ଶ୍ରମିକଙ୍କ ଜୀବନକୁ ରକ୍ଷା କରିଥିଲେ ରିଏଲ ହିରୋ ଜସବନ୍ତ ସିଂ ଗିଲ ।
ଅଧିକ ପଢ଼ନ୍ତୁ : ରୂପେଲି ପରଦାରେ ଟାଇଗର-ସଞ୍ଜୟଙ୍କ ଯୋଡ଼ି
ଏହି ଫିଲ୍ମରେ ଜସବନ୍ତ ସିଂ ଗିଲଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିଥିବା ବେଳେ ତାଙ୍କ ଅପୋଜିଟ ରେ ପରିଣୀତି ଚୋପଡାଙ୍କୁ ଦେଖାଯିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଟିନୁ ସୁରେଶ ଦେଶାଇ । ତେବେ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକଙ୍କର ବେଶ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ମୁଁ ରାନୀଗଞ୍ଜର ଜଣେ ବାସିନ୍ଦା ଏବଂ ବହୁତ ଗର୍ବ ଅନୁଭବ କରୁଛି ଏହି ଫିଲ୍ମ ଉପରେ କାରଣ ଏକ ସମସ୍ତଙ୍କୁ ସେଇ ଭୟବିତ ଦୃଶ୍ୟକୁ ଦେଖେଇବ । ଏହାସହ ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ବହୁତ ହିଁ ପାୱାରଫୁଲ ଟ୍ରେଲର ଅଟେ । ତେବେ ଖାଲି ଟ୍ରେଲର ରୁ ହିଁ ଫିଲ୍ମଟି ବେଶ ଲୋକପ୍ରିୟତା ହାସିଲ କରିସାରିଲାଣି | ରିଲିଜ ପରେ ଏହା କଣ ଧମାଲ କରିବ ତାହା ଦେଖିବାକୁ ବାକି ରହିଲା । ଏହି ଫିଲ୍ମଟି ଅକ୍ଟୋବର 6 ରେ ରିଲିଜ କରାଯିବ ।