କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ମାଇଲ୍ ଦୂର ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ବଂଶ ବୃଦ୍ଧି କରିବା ପାଇଁ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହୀରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଏହାକୁ ନେଇ ବର୍ତ୍ତମାନ ବନବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । କଇଁଛମାନଙ୍କ ସୁରକ୍ଷା ଲାଗି ରାଜନଗର ବନଖଣ୍ଡ ୧୬ ଏବଂ ଭଦ୍ରକ ଡିଭିଜନର ୬ ଗୋଟି ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଓ ଅଗରନାଶି ରେ ୨ ଟି ସ୍ଥାୟୀ କ୍ୟାମ୍ପ କରାଯାଇଛି ।
ବିଗତ ବର୍ଷ ମାନଙ୍କରେ ବନବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବାବେଳେ ଚଳିତବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ : ପୋଖରୀରେ ବୁଲୁଛି ଅଜଣା ଜନ୍ତୁ