ଭୁବନେଶ୍ୱର: ଆଜି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ପରୀକ୍ଷାଫଳ । ଅପରାହ୍ନ ୪ଟା ସମୟରେ ଫଳ ପ୍ରକାଶିତ ହେବ । ସନ୍ଧ୍ୟା 6ଟାରେ ପରୀକ୍ଷାଫଳ ୱେବସାଇଟରେ ଉପଲବ୍ଧ ହେବ । ଏନେଇ ବୋର୍ଡ଼ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସନ୍ଧ୍ୟା ୭ଟା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଫଳାଫଳ ଡାଉନଲୋଡ କରିପାରିବେ । ଫଳାଫଳ ଜାଣିବା ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଫଳାଫଳ ଦେଖିବା ସମୟରେ ୱେବସାଇଟ ନ ଖୋଲିଲେ ଛାତ୍ରଛାତ୍ରୀ SMS ମାଧ୍ୟମରେ ମଧ୍ୟ ଫଳ ଦେଖିପାରିବେ ।
କେଉଁଠାରେ ଓ କିପରି ପରୀକ୍ଷା ଫଳ ଦେଖିପାରିବେ ?
- www.bseodisha.ac.in ୱେବସାଇଟରେ ନିଜର ପରୀକ୍ଷା ଫଳ ଅନଲାଇନ ମାଧ୍ୟମରେ ଦେଖିପାରିବେ ।
- ନିଜ ମୋବାଇଲରୁ OR10 ପରେ ନିଜର ପରୀକ୍ଷାର ରୋଲନଂ ଲେଖି ୫୬୭୬୭୫୦ କୁ ପଠାଇଲେ ଆପଣ ଅଫଲାଇନ ମାଧ୍ୟମରେ ନିଜର ପରୀକ୍ଷା ଫଳ ଦେଖିପାରିବେ ।
ତେବେ ଚଳିତବର୍ଷର ଏହି ଦଶମ ବୋର୍ଡ ପରୀକ୍ଷାରେ ୫,୨୨,୩୩୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ପ୍ରତି ବିଷୟରେ ୫୦ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ସହିତ ୫୦ ମାର୍କର ବସ୍ତୁନିଷ୍ଟ ପ୍ରଶ୍ନ ପରୀକ୍ଷାରେ ଆସିଥିଲା । ସମୁଦାୟ ୬୦୦ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ବହୁ ସତର୍କତାର ସହ ଅନୁଷ୍ଠିତ ହେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ପ୍ରତି ସେଣ୍ଟରରେ ସିସିଟିଭି କ୍ୟାମେରା ସହ ଏଆଇ କ୍ୟାମେରା ପରୀକ୍ଷା ଜଗିଥିଲା । ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ବହୁ ବ୍ୟାପକ ବ୍ୟବସ୍ଥା ବୋର୍ଡ଼ ପକ୍ଷରୁ ଗ୍ରହଣ କରାଯାଇଥିଲା ।