କଳାହାଣ୍ଡି : ପୋଖରୀ ଭିତରେ ସନ୍ଦିଗ୍ଧ ଅବସ୍ଥାରେ ସ୍କୁଲ ପିଅନଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବିଭୀଷଣ ଗଉଡ । ସେ କଳାହାଣ୍ଡି ଜିଲ୍ଲା ଥୁଆମୂଲରାମପୁର ବ୍ଲକ୍ ଗୁଣୁପୁର ଉଚ୍ଚ ବିଦ୍ୟାଳୟର ପିଅନ ଭାବେ କାର୍ଯ୍ୟରତ ଥିଲେ । ଗତ ୧୭ ତାରିଖରୁ ସେ ନିଖୋଜ ଥିଲେ । ହଠାତ୍ ଆଜି ସକାଳୁ ସ୍ଥାନୀୟ ପୋଖରୀରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ପରେ କର୍ଲାପାଟ ଥାନା ପୋଲିସ କୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।
ଅଧିକ ପଢନ୍ତୁ : ବୁଲିବାକୁ ଆସିଥିବା ପର୍ଯ୍ୟଟକ ସୀତାକୁଣ୍ଡରେ ବୁଡ଼ି ମୃତ