ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଜନ୍ମ ହେବାର ମାତ୍ର ୩ ଦିନରେ ବାପା ମା ଶିଶୁ ପୁଅକୁ ବିକ୍ରି କରିଥିବା ବେଳେ ଆଜି ଶିଶୁ ଟିକୁ ଉଦ୍ଧାର କରିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ସମିତି । ମିଳିଥିବା ସୂଚନା ଅନୁସାରେ ପୁଆ ଗାଁରେ ନବଜାତ ଶିଶୁପୁତ୍ର ବିକ୍ରି ହୋଇଥିବା ସୂଚନା ମିଳିଥିଲା । ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରୁ ଶିଶୁ କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟକୁ ଆଣିଥିଲେ । ଶିଶୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ଚିକିତ୍ସା କରିବାକୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯିବ ବୋଲି ସୂଚନା ରହିଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରି ଗ୍ରାମର ଜନୈକ ଦମ୍ପତ୍ତି ଶିଶୁ ବିକ୍ରି କରିଥିବା ବେଳେ ଶିଶୁପୁତ୍ର କୁ କେତେ ଟଙ୍କାରେ ବିକ୍ରି କରାଯାଇଛି ତାହା ଜଣାପଡ଼ି ନାହିଁ । ଏନେଇ ଅଧିକ ତଦନ୍ତ କରାଯାଉଛି ।