ରାୟଗଡା: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ରାୟଗଡା ଜିଲ୍ଲା କୋଲନରା ବ୍ଲକ ପଙ୍ଗୋଲୀ ଯିବା ରାସ୍ତାରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତ୍ତର ହୋଇଛନ୍ତି । ଗୁରୁତ୍ତର ହୋଇଥିବା ବୃଦ୍ଧ ଜଣକ ହେଲେ ୭୦ ବର୍ଷିୟ କାନ୍ଦୁରୁ ପ୍ରାସ୍କା । ସୂଚନା ଅନୁଯାଇ କାନ୍ଦୁରୁ ନିଜ ଘରକୁ ଯିବା ରାସ୍ତାରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।
ଗରୁତ୍ତର ଅବସ୍ଥାରେ ତାଙ୍କୁ ଗ୍ରାମବାସୀ ମାନେ ଉଦ୍ଧାର ପ୍ରଥମେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟପରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବିଷମକଟକ ସ୍ଥିତ ଖ୍ରିଷ୍ଟିଆନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି