ଭୁବନେଶ୍ୱର: ରାଜଧାନୀ ଛାତିରେ ଭୟଙ୍କ ଦୁର୍ଘଟଣା, କାରକୁ ୨୦ମିଟର ଘୋଷାଡ଼ି ନେଲା ହାଇୱା । ଏଭଳି ଦୁର୍ଘଟଣା ଘଟିଛି ଭୁବନେଶ୍ୱର ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ । କାରଟି ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା ବେଳେ କାରକୁ ଧକ୍କା ଦେଲା ହାଇୱା । ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା ସହ କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଇଥିଲା।
ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ବେଳେ ଦୁର୍ଘଟଣାରେ କାରଟି ଭାଙ୍ଗି ରୁଜି ଯାଇଛି । ସେପଟେ ରାତିସାରା ଅନିଦ୍ରା ହୋଇ ଗାଡି ଚଳାଉଥିବାରୁ ଜାଣିପାରିନଥିବା କହିଛନ୍ତି ହାଇୱା ଡ୍ରାଇଭର । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।