ସୁବର୍ଣ୍ଣପୁର: ମଣ୍ତିରୁ ଉଠୁନି ଧାନ, ଚାଷୀ କଲେ ରାସ୍ତାରୋକ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ସୁବର୍ଣ୍ଣପୁରରେ । ଜିଲ୍ଲାରେ ଧାନକିଣା ସ୍ଥିତି ସ୍ଵାଭାବିକ ହୋଇ ପାରୁନଥିବା ବେଳେ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ମଣ୍ଡି ମାନଙ୍କରେ ଅବ୍ୟବସ୍ଥାକୁ ନେଇ ଚାଷୀମାନେ ସ୍ୱର ଉଠାଇଛନ୍ତି । ଏନେଇ ଆଜି ଚାଷୀମାନେ ସୋନପୁର ରୁ ସଂଯୋଗ କରୁଥିବା ବରଗଡ଼ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ଡୁଙ୍ଗୁରିପାଲି ବ୍ଲକ ସାରସମାଲ ମଣ୍ଡି ଅବ୍ୟବସ୍ଥାକୁ ନେଇ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ରାସ୍ତାରୋକ କରାଯାଇଥିବା ଜଣାପଡିଛି ।
ଧାନର ଅଭାଵୀ ବିକ୍ରି ଓ ଟୋକନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଉଛି l ମଣ୍ଡି ଖୋଲିବା ପରେ ବି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକ୍ରି କରି ନପାରିବାରୁ ଆନ୍ଦୋଳନ କରୁଛନ୍ତି l କଟନୀ ଚଟନି ଓ ଟୋକନ ଆଦି ବିଭିନ୍ନ ସମସ୍ୟା ଦିଗରେ ଅସୁବିଧା ପାଈଁ ରାଜ ରାସ୍ତାରେ ପ୍ରତିବାଦ କରୁଥିବା ଦେଖାଦେଇଛି । ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।
ଅଧିକ ପଢନ୍ତୁ: ମା' ହେଲେ କମେଡି କୁଇନ ଭାରତୀ ସିଂ