ମା' ହେଲେ କମେଡି କୁଇନ ଭାରତୀ ସିଂ। ଦ୍ୱିତୀୟ ଥର ପାଇଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍ ସେଫ୍ସ’ର ଶୁଟିଂ ପାଇଁ ସେଟରେ ବାହାରିଥିଲେ। ସକାଳେ ହଠାତ୍ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯିବାକୁ ପଡିଲା। ପରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଏବଂ ପିଲା ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି।
ଭାରତୀ ଏବଂ ହର୍ଷଙ୍କୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି। ଦମ୍ପତିଙ୍କ ଘରେ ଖୁସିର ମାହୋଲ ରହିଛି। ଭାରତୀ ୨୦୧୭ରେ ବିବାହ କରିଥିଲେ। ୨୦୨୨ରେ ଭାରତୀଙ୍କ ପୁଅ ଗୋଲା(ଲକ୍ଷ୍ୟ)ଜନ୍ମ ନେଇଥିଲା। ପ୍ରଥମ ପିଲା ପରେ ଦ୍ବିତୀୟ ପିଲା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀ। କିନ୍ତୁ ଭାରତୀ ପୁଅ ପରେ ଝିଅ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଭାରତୀଙ୍କ ଆଶାରେ ପୂରଣ ହୋଇପାରିନାହିଁ।
ଗତ କିଛି ମାସ ପୂର୍ବରୁ ଏହି ଦମ୍ପତି ପ୍ରଶଂସକମାନଙ୍କ ସହିତ ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ଘୋଷଣା କରିଥିଲେ। ସ୍ବିଜରଲାଣ୍ଡ ଛୁଟି ବିତାଇବାକୁ ଯାଇଥିବା ସମୟରେ ସେ ଏହି ଖୁସିଖବର ଶେୟାର କରିଥିଲେ। ଭାରତୀ ସିଂହ ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ତାଙ୍କର ହାସ୍ୟ ଶୈଳୀକୁ ନେଇ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ମା’ ହେବା ସତ୍ତ୍ୱେ, ସେ କାମ ଜାରି ରଖିଥିଲେ ଏବଂ ତାଙ୍କ ଗର୍ଭଧାରଣ ସମୟରେ ମଧ୍ୟ ଶୁଟିଂ କରୁଥିବାର ଦେଖାଯାଇଥିଲା। ଗର୍ଭବତୀ ଥିବା ସତ୍ତ୍ବେ କୁକିଂ କମେଡି ଶୋ ଲାଫ୍ଟର ସୈଫ ସିଜିନ ୩ର ସୁଟିଂରେ ସେ ବ୍ୟସ୍ତ ଥିଲେ। ନିଜ ପ୍ରେଗନେନ୍ସୀ ସମୟରେ ଭାରତୀ ବହୁତ ଆକ୍ଟିଭି ରହିଥିଲେ।
ଅଧିକ ପଢନ୍ତୁ: ମେଜର ମୋହିତ ଶର୍ମା କିଏ? ସୋସିଆଲ ମିଡିଆରେ ଅସଲି'ଧୁରନ୍ଧର'ଙ୍କ ଚର୍ଚ୍ଚା