ଝାରସୁଗୁଡ଼ା: ପୌର ରାଜନୀତି ପୁଣି ସରଗରମ ହୋଇଛି । ବିଜେଡି ବିରୁଧରେ ବିଜେଡି ସଦସ୍ୟ । ଝାରସୁଗୁଡ଼ା ପୌରପରିଷଦରେ ଦେଖିବାକୁ ମିଳିଛି ଅଧ୍ୟକ୍ଷା ଓ କୌନସିଲରଙ୍କ ମଧ୍ୟରେ ମତଭେଦ । ପୌରପରିଷଦ ବୈଠକରେ ଅଧ୍ୟକ୍ଷା ରାନୀ ହାତୀଙ୍କୁ ବିରୋଧ କରି ସଭାଗୃହ ଛାଡିଲେ ସମସ୍ତ କାଉନସିଲର । ବିଜେଡି ଅଧ୍ୟକ୍ଷା ରାନୀ ହାତୀ ଙ୍କ ବିରୋଧରେ ଛିଡ଼ାହେଲେ ତାଙ୍କର ନିଜ ଦଳର କାଉନସିଲର ମାନେ । କାଉନସିଲର ଦେଉଥିବା ପ୍ରସ୍ତାବରେ ପୌରପରିଷଦ ବିଭିନ୍ନ ୱାର୍ଡ ର କାମ କରାଯାଉନଥିବା ଏବଂ ଅଣଦେଖା କରୁଥିବାରୁ ଅଧ୍ୟକ୍ଷଙ୍କୁ ବିରୋଧ କରାଜାଇଛି । ଏପରିକି ପାତରଅନ୍ତର ସହ କାର୍ଯ୍ୟରେ ଅବହେଳା ସହିତ କାଉନସିଲ ମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ବିଜେଡ଼ି ଦଳର କାଉନସିଲର । କିଛିମାସ ତଳେ ମଶା ତେଲ ଦୁର୍ନୀତି କୁନେଇ ଝାରସୁଗୁଡ଼ା ପୌରପରିଷଦ ଅଧକ୍ଷା ରାନୀ ହାତୀଙ୍କ ସଂପୃକ୍ତି ଏବଂ ପୌର କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସରେ ମାମଲା ଏବେ ଗଳାରେ କଣ୍ଟା ସାଜିଥିବା ଦଳୀୟ କାଉନସିଲର୍ମାନେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । କିଛିମାସ ତଳେ ସମାନ ସ୍ଥିତି ଉପୁଜିଥିଲା ବ୍ରଜରାଜନଗର ପୌରପରିଷଦ ରେ ପରେ ଅବିଶ୍ୱାସ ପ୍ରସ୍ତାବରେ ପୌରାଧ୍ଯକ୍ଷା ଯଜ୍ଞସେନି ଓରାମ ପୌରାଧ୍ଯକ୍ଷା ପଦ ହରାଇବାକୁ ପଡିଥିଲା । ଏବେ ପୁଣି ବିଜେଡିର ଝାରସୁଗୁଡ଼ା ପୌରାଧ୍ଯକ୍ଷା ଭାବେ ରାନୀ ହାତୀ କ୍ଷମତାରେ ରହିଛନ୍ତି। ହେଲେ ବିଭିନ୍ନ କ୍ଷେତ୍ରରେ ଉପେକ୍ଷା ଏବଂ ମନମୁତାବାକ କାର୍ଯ୍ୟ ବିରୋଧରେ ଏବେ ଖୋଲାଖୋଲି ମୁହଁ ଖୋଲିବାକୁ ଲାଗିଛନ୍ତି ୨୧ କାଉନସିଲର୍। ଦିନକ ପୂର୍ବରୁ ବିଜେଡି କାଉନସିଲର୍ଙ୍କୁ ନ ଜଣାଇ ଗୁପ୍ତ ବୈଠକ କରିବା ଏବଂ ସଭାଗୃହରୁ ବିରୋଧ ପ୍ରଦର୍ଶନ କରି କକ୍ଷ ତ୍ୟାଗ କରିବା ଫଳରେ ଦଳୀୟ ଅସନ୍ତୋଷ ସ୍ପଷ୍ଟ ବାରି ହୋଇଛି ।
ଝାରସୁଗୁଡ଼ା ପୌର ପରିଷଦରେ ୨୪ଟି ଓ୍ୱାର୍ଡ ମଧ୍ୟରୁ ବିଜେଡି ଦଖଲରେ ରହିଛି ୨୧ଟି ୱାର୍ଡ ଏବଂ ବିଜେପି ଅଧୀନରେ ରହିଛି ୩ ଟି ୱାର୍ଡ । ପୌର ପରିଷଦରେ କାଉନସିଲର୍ଙ୍କୁ ଉନ୍ନୟନ କାର୍ଯ୍ୟକୁ ନେଇ ହେଉ ଅବା ପୌର ପରିଷଦର ଅନ୍ୟାନ୍ୟ କ୍ଷେତ୍ରରେ ପୌରାଧ୍ଯକ୍ଷା ଉପରେ ଭରଷା ପାଉନଥିବାରୁ ଅଭିଯୋଗ ଦୀର୍ଘ ଦିନରୁ ହୋଇ ଆସିଛି। ଏହି ଅସନ୍ତୋଷ ସମୟକ୍ରମେ ବୃଦ୍ଧି ପାଇବାକୁ ଲାଗିବା ସହ ଏବେ ସୀମା ଲଙ୍ଘିବାକୁ ବସିଛି। ଯାହାକୁ ନେଇ ସମ୍ମିଳିତ ଭାବେ କାଉନସିଲର୍ ମାନେ ସେମାନଙ୍କ ଅସନ୍ତୋଷ ଜାହିର କରିବାକୁ ଲାଗିଛନ୍ତି । ବାରମ୍ବାର ଅଧ୍ୟକ୍ଷା ନିଜ ମନ ମୁତାବକ କାର୍ଯ୍ୟକରୁଥିବାର ଅଭିଯୋଗ ଆଣିଛନ୍ତି କାଉନସିଲର ମାନେ । ଏ ନେଇ ପୌରାଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ପ୍ରତିକ୍ରିୟା ନ ଦେଇ ଖବର ଓଡ଼ିଶା କ୍ୟାମେରା ଦେଖି ଅଫିସ ଛାଡ଼ି ପଳାଇ ଯାଇଥିଲେ ଅଧ୍ୟକ୍ଷା।
କିଛିମାସ ତଳେ ମଶା ତେଲ ଦୁର୍ନୀତି କୁନେଇ ଝାରସୁଗୁଡ଼ା ପୌରପରିଷଦ କର୍ତ୍ତୃପକ୍ଷଙ୍କ ଗଳାରେ କଣ୍ଟା ସାଜିଥିବା ବେଳେ ଦଳୀୟ କାଉନସିଲର୍ମାନେ ବି ଅସନ୍ତୋଷ ରହିଛନ୍ତି ।ପୌରାଧ୍ଯକ୍ଷା ଖୋଦ ମଶାତେଲ ଘଟଣାରେ ହାଇକୋର୍ଟରୁ ଆଗୁଆ ଜାମିନରେ ଥିବାବେଳେ ଅନ୍ୟ ୪ ପୌରପରିଷଦ ଅଧିକାରୀଙ୍କୁ ଜେଲ ଯିବାକୁ ପଡିଥିଲା । ଏବେ ପରିସ୍ଥିତି ଏମିତି ହୋଇଛି ଯେ କାଉନସିଲର୍ଙ୍କୁ ସମ୍ଭାଳି ନ ପାରିଲେ ଆଗକୁ ପୌରାଧ୍ଯକ୍ଷା ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ସ୍ବର୍ଗତ ମନ୍ତ୍ରୀ ନବ ଦାସ ଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚାରେ ରହିଛି ଦୀପାଳି କଣ ସତରେ ରିମୋର୍ଟ କଣ୍ଟ୍ରୋଲରେ ରହିଛି ଝାରସୁଗୁଡ଼ା ପୌରପରିଷଦ । ଅନ୍ୟପକ୍ଷରେ ବିଜେଡି ବରିଷ୍ଠ ନେତା କିଭଳି ସ୍ଥିତିକୁ ସମ୍ଭାଳୁଛନ୍ତି ତାହା ଦେଖିବାକୁ ରହିଲା ।