ପାର୍ବଣର ଉତ୍ସବରେ ସଭିଏଁ ନାଚ ଗୀତରେ ସାମିଲ ହେଉଛନ୍ତି। ସେହିପରି ନବରାତ୍ର ଦାଣ୍ଡିଆ ମହୋତ୍ସବରେ ଦାଣ୍ଡିଆ ଡ୍ୟାନ୍ସରେ ଝୁମିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ପୁରା ମସଗୁଲ ହୋଇ ତାଳକୁ ତାଳ ମିଶେଇ ନାଚୁଥିଲେ ବିଧାୟକ ତାରା । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜୟପୁରରେ। ନବରାତ୍ରୀ ଅବସରରେ ରଙ୍ଗମାଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦାଣ୍ଡିଆ ନାଇଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଛି। ‘ଢୋଲ ବାଜେ ଢୋଲ ବାଜେ’ ଓ ମେଇଁଆ କି ଯଶୋଦା ଏହିପରି ଅନେକ ଗୀତରେ ସେ ଦାଣ୍ଡିଆ ଡ୍ୟାନ୍ସ କରିଥିଲେ । ଖାଲି ତାରା ନୁହେଁ ଅନ୍ୟ ମହିଳା ଓ ଝିଅ ମାନେ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିଲେ। ନବରାତ୍ରୀ ଅବସରରେ ଉତ୍ତର ଭାରତ ଭଳି କୋରାପୁଟ ଜୟପୁରରେ ମଧ୍ୟ ଦାଣ୍ଡିଆ ନୃତ୍ୟ ଆୟୋଜିତ ହେଉଛି। ଏହାକୁ ସାଧାରଣ ଲୋକଙ୍କ ସହ ବିଧାୟକ ମଧ୍ୟ ମଧ୍ୟ ଖୁବ୍ ଉପଭୋଗ କରୁଛନ୍ତି।
ଅଧିକ ପଢ଼ନ୍ତୁ : ଦୂଷିତ ପାଣି ପିଇ ଜୁଆଙ୍ଗଙ୍କ ଯାଉଛି ଜୀବନ