ଦୂଷିତ ପାଣି ପିଇ ଜୁଆଙ୍ଗଙ୍କ ଯାଉଛି ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗସାହିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ଅନୁଧ୍ୟାନରୁ ଜଣା ପଡିଛି ଯେ ଦୂଷିତ ଜଳ ଦ୍ୱାରା ହିଁ ଲୋକଙ୍କ ଏପରି ଅବସ୍ଥା ହୋଇଛି ଯାହା କେତେଜଣଙ୍କ ଜୀବନ ଯାଇଥିବା ବେଳେ କେତେଜଣ ମୃତ୍ୟୁ ସହ ଲଢେଇ କରୁଛନ୍ତି ।
ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ପ୍ରାୟ ଶହେ ପରିବାରର ୬୦୦ ଜୁଆଙ୍ଗ ବାସ କରୁଛନ୍ତି । ସେଠାରେ ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ରହିଥିଲାବେଳେ ଗଭୀର ନଳକୂପରୁ ପାଣି ଓଭରହେଡ୍ ଟାଙ୍କିକୁ ଉଠାଯିବା ପରେ ଷ୍ଟାଣ୍ଡପୋଷ୍ଟ୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି। ତେବେ ବର୍ଷବର୍ଷ ଧରି ଓଭରହେଡ୍ ପାଣିଟାଙ୍କି ସଫା ହୋଇନଥିବାରୁ ସେହି ପାଣିରେ ପୋକ ସାଲୁବାଲୁ ହେଉଥିବା ସ୍ଥାନୀୟ ବାସି କହିଛନ୍ତି । ଗ୍ରାମବାସୀ ମାନେ ସେହି ପାଣିକୁ ବ୍ୟବହାର ନ କରି ପାହାଡ ତଳ ଚୂଆରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ତେବେ ସେହି ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସ୍ଥାନୀୟ ବାସି ଦାବି କରୁଛନ୍ତି ।
ଅଧିକ ପଢନ୍ତୁ :ଦାରିଙ୍ଗବାଡିରେ ପହିଲି ଶୀତ