ଭୁବନେଶ୍ୱର: ବାତ୍ୟା ପାଇଁ ସବୁଠି ଦେଖିବାକୁ ମିଳୁଛି ତତ୍ପରତା। ଏସଂକ୍ରାନ୍ତରେ କେନ୍ଦ୍ରାପଡା ପ୍ରଶାସନ ନେଇଛି ଏକ ବଡ ନିଷ୍ପତ୍ତି। ସହରର ବିଭିନ୍ନ ସ୍ଥାନରେ ଚାଲୁ ରହିଛି ଗଜଲକ୍ଷ୍ମୀ ପୂଜା। ମାତ୍ର ଆସନ୍ନ ବାତ୍ୟା ପାଇଁ ଲକ୍ଷ୍ମୀପୂଜା ଭସାଣି ନିମନ୍ତେ ଆସିଛି ନିର୍ଦେଶନାମା। ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ତରଫରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ସୁଦ୍ଧା ସବୁ ମଣ୍ଡପରେ ତୋରଣ ଖୋଲିବା ସହ ଆସନ୍ତା କାଲି ସୁଦ୍ଧା ଲକ୍ଷ୍ମୀ ମୂର୍ତି ବିସର୍ଜନ କାର୍ଯ୍ୟ ସାରିବାକୁ ନିର୍ଦେଶ ଦିଆଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୩ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତି ଅଞ୍ଚଳ ହାଇଆଲର୍ଟରେ ରହିଛି। ରାଜ୍ୟରେ ବାତ୍ୟା ପାଇଁ ସବୁ ଆଡେ ପ୍ରସ୍ତୁତି ଖୁବ ଜୋରସୋର ଭାବେ ଚାଲିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅବପାତ ଏବେ ପାରାଦୀପ ଠାରୁ ୭୦୦ କିମି ଦୂରରେ ରହିଛି। ବାତ୍ୟା ସମୟରେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ ବୋଲି ଆକଳନ କରାଯାଇଛି। ସେଥିପାଇଁ ପ୍ରଶାସନର ପୁର୍ବପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ କଳାବଜାରୀ ତଥା ମହଜୁଦକାରୀଙ୍କ କବଳରୁ ଖାଉଟିଙ୍କ ସୁରକ୍ଷା ପାଇଁ ପ୍ରଶାସନ ସଜାଗ ରହିଥିବା ସୂଚନା ପ୍ରକାଶ କରିଛି। ଏହା ସହ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦିଆଯାଇଛି।