ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l
ସୂଚନା ଅନୁସାରେ, ଚୂଡାମଣୀ ମଳିକ ସାହିର ଟୁକୁନା ମଳିକ, ସନ୍ତୋଷ ମଳିକ, ଦୀପଙ୍କର ମଳିକ, ଦେବାନନ୍ଦ ମଳିକ ଟ୍ୟୁସନ ଯାଉଥିବା ବାଟରେ ରାସ୍ତା ପାଖ ଗଛରେ କଳାରଙ୍ଗର ଫଳ ଖାଇଥିଲେ l ଛାତ୍ରମାନେ ଟ୍ୟୁସନରୁ ଫେରିବା ପରେ ବାନ୍ତି ହେବା ସହ ମୁଣ୍ଡ ଘୁରାଇଥିଲା। ପରିବାର ଲୋକେ ପଚାରିବାରୁ ପିଲାମାନେ ବାଟରେ ହୋଇଥିବା କାଠ ବାଦାମ ଖାଇଥିବା କହିଥିଲେ। ପରିବାର ଲୋକେ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।