ଶ୍ରୀନଗର: ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପାକିସ୍ତାନୀ ଗୁଡ଼ିମାଡ଼ର ପ୍ରାଣ ହରାଇଥିବା ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଶୋକସନ୍ତପ ପରିବାର ପ୍ରତି ସମବେଦନା ଜଣାଇ ସରକାର ଏହି ଅନୁକମ୍ପାର ରାଶି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ନିଶ୍ଚିତ ଭାବରେ କୌଣସି କ୍ଷତିପୂରଣ କେବେବି ଜଣେ ପ୍ରିୟଜନଙ୍କୁ ବଦଳାଇପାରିବ ନାହିଁ କିମ୍ବା ପରିବାର ଦ୍ୱାରା ହୋଇଥିବା ଆଘାତକୁ ପୂରଣ କରିପାରିବ ନାହିଁ।
ପହଲଗାମ୍ ଆକ୍ରମଣର ବଦଲା ନେବାକୁ ଅପରେସନ ସିନ୍ଦୂର ଆରମ୍ଭ କରିଛି ଭାରତ । ମେ ୬ ରାତ୍ରିରେ ପାକିସ୍ତାନର ୯ ଆତଙ୍କୀ ଆଡ୍ଡାକୁ ଟାଗେର୍ଟ କରି ଏୟାର ଷ୍ଟ୍ରାଇକ୍ କରିଛି ଭାରତ । ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ପରିସ୍ଥିତିରେ ଗତ ବୁଧବାର ପାକିସ୍ତାନର ଆକ୍ରମଣରେ ପୁଞ୍ଚ ଅଞ୍ଚଳରେ ୧୨ଜଣ ସାଧାରଣ ନାଗରିକଙ୍କ ପ୍ରାଣ ଯାଇଥିବା ବେଳେ ଶୁକ୍ରବାର ଉରୀ ଓ ପୁଞ୍ଚରେ ୨ଜଣଙ୍କ ଜୀବନ ଯାଇଥିଲା। ଶନିବାର ପୂର୍ବାହ୍ଣରେ ଆଉ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରକୁ ସମାବେଦନା ଜଣାଇଛନ୍ତି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।