ରାଜସ୍ଥାନ: ରାଜସ୍ଥାନର ଭିଲୱାଡା ଜିଲ୍ଲାରେ ପୁଣି ଥରେ ଏକ ହୃଦୟ ବିଦାରକ ଓ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ସୀତାକୁଣ୍ଡ ଜଙ୍ଗଲରେ କେହି ଦୁବୃର୍ତ୍ତ ଜଣେ ୧୦ରୁ ୧୫ ଦିନର ନବଜାତ ଶିଶୁକୁ ପଥର ତଳେ ପୋତି ଦେଇଥିଲେ, ଯେତେବେଳେ ଶିଶୁକୁ ବାହାର କରାଯାଇଥିଲା। ଯେତେବେଳେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା, ତାର ଅବସ୍ଥା ଏତେ ଗୁରୁତର ଥିଲା ଯେ, ଏହା ସମସ୍ତଙ୍କ ଆଖିରେ ଲୁହ ଆଣିଦେବ।
ଚିତ୍କାରକୁ ରୋକିବା ଲାଗି ପାଟିରେ ପୁରା ହୋଇଥିଲା ପଥର:
ପୋଲିସ କହିଛି ଯେ, ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ଚାହୁଁଥିଲା ଦୃବୁର୍ତ୍ତ। ଏଥିଲାଗି ତାର କାନ୍ଦ ଯେମିିତି କେହି ନ ଶୁଣିପାରିବେ, ସେଥିପାଇଁ ନିର୍ଦ୍ଦୋଶ ଶିଶୁ ପାଟିରେ ପଥର ପୂରାଇବା ସହ ଫେବିକ୍ୱିକ୍ ମାରିଦେଇଥିଲା ତେବେ କଥାରେ ଅଛି ରଖେ ହରି ତ ମାରେ କିଏ? ଜଙ୍ଗଲରେ ଗୋପାଳକ ଯେତେବେଳେ ଏହି ଦୃଶ୍ୟ ଦେଖିଥିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଗାଁ ଲୋକଙ୍କୁ ଘଟଣା ବାବଦରେ ଜଣାଇବା ପରେ ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ବର୍ତ୍ତମାନ ତାର ଚିକିତ୍ସା ଚାଲିଥିବା ବେଳେ, ଡାକ୍ତର କହିଛନ୍ତି, ଶିଶୁର କେବଳ ପାଟିରେ ନୁହେଁ, ଜଙ୍ଘରେ ବି ଅଠାଳିଆ ଚିହ୍ନ ରହିଛି। ଫେଭିକ୍ୱିକ୍ ଲଗାଇବା କାରଣରୁ ତାର ପାଟିକୁ କଟାଯାଇଥିଲା। ଏପଟେ ପାଟିରେ ଗରମ ପଥର ଖଣ୍ଡ ପୁରାଇବା କାରଣରୁ କୋମଳ ଶିଶୁର ପାଟିର ଚର୍ମରେ ମଧ୍ୟ ଆଘାତ ଲାଗିଛି, ତାର ବାମ ପାଶ୍ୱର୍ ପୋଡିଯାଇଛି। ତେବେ ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଥିବା ବେଳେ ତାର ଅବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି। ସେପଟେ ପୋଲିସ ମଧ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।