ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ପୁଣି ଚିନ୍ତା ବଢ଼ାଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁମ । ଓଡ଼ିଶାର ଏକାଧିକ ସମ୍ବାଦିକଙ୍କୁ ମେଲ୍ ଜରିଆରେ ଧମକ ଆସିଛି । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଭଣ୍ତୁର କରିବାକୁ ପ୍ରୟାସ କରିଛି ପନ୍ନୁ । ଏ ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍ ଆକାଉଣ୍ଟକୁ ଶୁକ୍ରବାର ସକାଳ ୭ଟା ୨ ମିନିଟ୍ ସମୟରେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକ ପୂର୍ଣ୍ଣ ଭିଡ଼ିଓ ବାର୍ତ୍ତା ଆସିଛି । ପ୍ରବାସୀ ଭାରତୀୟ ମୃତ୍ୟୁ ଦିବସ, ଆତଙ୍କ ଦିବସ ବୋଲି କହିଛି । ଏହା ସହିତ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଆତଙ୍କବାଦୀର ସହର ବୋଲି କୁହାଯାଇଛି ।
ଗତ ନଭେମ୍ବର ସର୍ବଭାରତୀୟ ପୋଲିସ ଡିଜି ସମ୍ମିଳନୀ ପୂର୍ବରୁ ମଧ୍ୟ ଅକ୍ଷୟ ସାହୁଙ୍କୁ ମେଲ୍ ଆସିଥିଲା । ଡିଜିପି ସମ୍ମିଳନୀକୁ ଭଣ୍ତୁର କରିବାକୁ ଧମକ ଦେଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରା ନ କରିବାକୁ ଧମକ ଦେଇଥିଲା ।
ଆସନ୍ତା ଜାନୁୟାରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ସରକାରଙ୍କୁ ବହୁ ମନ୍ତ୍ରୀଗଣ ଏବଂ ଉଚ୍ଚ ପଦାଧିକାରୀମାନେ ସାମିଲ ହେବେ । ଏଥିରେ ପ୍ରାୟ ୭ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟ କରଣ କରାଯାଉଥିବାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।