କଟକ: ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛି ଦେବାଳୟ । ଚୋର ଡକାୟତଙ୍କ କବଳରୁ ରକ୍ଷା ପାଇ ପାରୁ ନାହାଁନ୍ତି ଦେବା ଦେବୀ । ପ୍ରତ୍ୟେକ ଦିନ ଆସୁଛି ମନ୍ଦିରରୁ ଚୋରି ଖବର । ଆଜି ପୁଣି ଏମିତି ଏକ ଖବର ଆସିଛି କଟକ ସହରରୁ । ଖାନନଗରର ପ୍ରସିଦ୍ଧ ପଞ୍ଚମୁଖୀ ହନୁମାନ ମନ୍ଦିରରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛନ୍ତି । ଠାକୁରଙ୍କ ଲକ୍ଷାଧିକା ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମନ୍ଦିରରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଗତକାଲି ମନ୍ଦିର ବନ୍ଦ ହେବା ପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ଜଣାପଡ଼ିଛି । ମନ୍ଦିରର ଲୁହା କବାଟକୁ କାଟି ମନ୍ଦିରକୁ ପ୍ରବେଶ କରି ଲୁଟ କରିଛନ୍ତି । ଆଜି ସକାଳୁ ସ୍ଥାନୀୟ ଲୋକ କବାଟ କଟାଯାଇଥିବା ଦେଖିଥିଲେ । ଏ ନେଇ ମଧୁପାଟଣା ଥାନାକୁ ଖବର ଦେଇଥିଲେ । ହନୁମାନଙ୍କ ସୁନାର ମୁଖା, ଚାନ୍ଦି ମୁକୁଟ, ଚାନ୍ଦି କଠଉ, ଚାନ୍ଦି ଗରା ଆଦି ଲୁଟି ନେଇଥିବା ମନ୍ଦିରର ପୂଜକ କହିଛନ୍ତି । ମଧୁପାଟଣା ଥାନା ପୋଲିସ ମନ୍ଦିରରେ ପହଁଚି ତନାଘନା ଆରମ୍ଭ କରିଛି ।