ପୂର୍ବଦିଲ୍ଲୀ: ପୂର୍ବଦିଲ୍ଲୀର ଶକରପୁର ଅଞ୍ଚଳର ଏକ ସରକାରୀ ସ୍କୁଲରେ ଶୁକ୍ରବାର ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଜଣେ ଛାତ୍ର ନିଜ ସାଙ୍ଗମାନଙ୍କୁ ଡାକି ସ୍କୁଲ ଛୁଟି ପରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରିଛି। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକ ଜଣକ ହେଲେ ଇଶୁ ଗୁପ୍ତା (୧୪)।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶକରପୁର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ କହିଛି, ସେମାନଙ୍କୁ ଖୋଜା ଚାଲିଛି। ସେମାନେ ଧରାପଡ଼ିବା ପରେ ବିବାଦର ପ୍ରକୃତ କାରଣ ଜଣାପଡ଼ିବ।
ଇଶୁ ଗୁପ୍ତା ଗଣେଶ ନଗରରେ ପରିବାର ସହ ରହୁଥିଲେ। ପରିବାରରେ ପିତାମାତା ଏବଂ ଅନ୍ୟ ସଦସ୍ୟ ଅଛନ୍ତି। ସେ ଶକରପୁରସ୍ଥିତ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ସର୍ବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ସ୍କୁଲ ଭିତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହ ଇଶୁଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଛୁଟି ପରେ ବାହାରକୁ ଯିବାକୁ ଧମକ ଦେଇଥିଲେ ଅଭିଯୁକ୍ତ। ଝଗଡ଼ା ହେବା ପରେ ଇଶୁ ନିଜ କ୍ଲାସରୁମକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଛାତ୍ର ଜଣକ ସ୍କୁଲ ଛୁଟି ସମୟରେ ଛୁରି ଆଣିବାକୁ ପଡ଼ୋଶୀରେ ରହୁଥିବା ତିନି ଜଣ ସାଙ୍ଗଙ୍କୁ କୌଣସି ପ୍ରକାରେ ଜଣାଇଥିଲେ। ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ୬ଟାରେ ତାଙ୍କର ୩ ଜଣ ସାଙ୍ଗ ସ୍କୁଲ୍ ବାହାରେ ପହଞ୍ଚିଥିଲେ।
ଅଧିକ ପଢ଼ନ୍ତୁ: ଶପଥ ପୂର୍ବରୁ କୋର୍ଟରେ ହାଜର ହେବେ ଟ୍ରମ୍ପ