ଚେନ୍ନାଇ: ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସାତତୁର ଅଞ୍ଚଳରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି। ଅଗ୍ନିଶମ ଓ ଉଦ୍ଧାର ବିଭାଗର ଜଣେ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଅଧିକ ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, କାରଖାନାରୁ ଏପର୍ଯ୍ୟନ୍ତ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଏହା ପୂର୍ବରୁ ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମ ଘଟଣା ଟି ରଙ୍ଗାପାଲାୟମ୍ ଅଞ୍ଚଳରୁ ଘଟିଛି। ବାଣର ନମୁନା ପରୀକ୍ଷା ବେଳେ ଏହି ଘଟଣା ଘଟିଥିବା ପୁଲିସ କହିଛି।
ଏହି ଘଟଣାରେ ୧୨ ଜଣ ମହିଳାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ପୁଲିସ, ଅଗ୍ନିଶମ ଓ ଉଦ୍ଧାର ସେବା କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ମିଳିତ ଭାବେ ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରୁଛନ୍ତି। କାରଖାନାଗୁଡ଼ିକର ବୈଧ ଲାଇସେନ୍ସ ଅଛି କି ନାହିଁ ତାହା ମଧ୍ୟ ପୁଲିସ ଯାଞ୍ଚ କରିଥିଲା। ପୁଲିସ କହିଛି ଯେ ରଙ୍ଗପାଲାୟମରେ ଥିବା ବାଣ କାରଖାନାରୁ ଘଟଣାସ୍ଥଳରୁ ୭ଟି ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ପରିଚୟ ମିଳିପାରିନାହିଁ।
ଅଧିକ ପଢ଼ନ୍ତୁ: ଆମେରିକା ଉପରେ ପୁଣି ଗୁଳିମାଡ଼!