କର୍ଣ୍ଣାଟକ: ବେଙ୍ଗାଲୁରୁର ଉପକଣ୍ଠରେ ଥିବା ପୁରୁଣା ଚାନ୍ଦପୁରା ରେଳବ୍ରିଜ୍ ନିକଟରେ ଏକ ସୁଟକେସରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ମିଳିଛି। ରେଳବ୍ରିଜ୍ ନିକଟରେ ସୁଟକେସ୍ଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ତେବେ ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ଯେ, କେହି ଯୁବତୀଙ୍କ ହତ୍ୟା କରିବା ପରେ ସୁଟକେସ୍ରେ ଭର୍ତ୍ତି କରି ଚଳନ୍ତା ଟ୍ରେନରୁ ପୋଫାଡ଼ି ଦେଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ପାଖାପାଖି ୧୮ ବର୍ଷ ହେବ। ବେଙ୍ଗାଲୁରୁ ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଚଳାଇଛି।
ତେବେ ଗତ ମାର୍ଚ୍ଚ ମାସରେ ବି ସମାନ ଘଟଣା ଦେଖିବାକୁ ମିଳିଥିଲା। ବେଙ୍ଗାଲୁରୁର ହୁଲିମାଭୁରେ ଏକ ଘରେ ୩୨ ବର୍ଷୀୟ ମହିଳା ଗୌରୀ ଅନିଲ ସାମ୍ବେକରଙ୍କ ମୃତଦେହ ସୁଟକେସରେ ଭର୍ତ୍ତି ଅବସ୍ଥାରେ ମିଳିଥିଲା। ଏହି ଘଟଣାରେ ସମ୍ପୃକ୍ତ ତାଙ୍କ ସ୍ୱାମୀ ରାକେଶ ସାମ୍ବେକରଙ୍କୁ ପୁଣେରୁ ପୋଲିସ ଗିରଫ କରିଛି। ତେବେ ପତ୍ନୀଙ୍କୁ ହତ୍ୟା କରିବା ପରେ ଗୌରୀଙ୍କ ପରିବାରକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା। ଦମ୍ପତି ଦୁହେଁ ୨ ବର୍ଷ ପୂର୍ବେ ବିବାହ କରିଥିଲେ, ଏବଂ ଜାନୁୟାରୀରୁ ବେଙ୍ଗାଲୁରୁରୁ ଆସି ମହାରାଷ୍ଟ୍ରରେ ରହୁଥିଲେ। ରାକେଶ ଏକ ଆଇଟି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିବା ବେଳେ, ଗୌରୀ ଚାକିରି ଖୋଜୁଥିଲେ। ତେବେ ପାରିବାରିକ କଳହକୁ ନେଇ ସ୍ୱାମୀ ରାକେଶ୍ ପତ୍ନୀଙ୍କୁ ହତ୍ୟା କରି ସୁଟକେସ୍ରେ ଭର୍ତ୍ତି କରିଥିଲା।