ମୟୁରଭଞ୍ଜ: ଗାଁକୁ ଚୋରି କରିବାକୁ ଆସିଥିବା ଚୋରକୁ ପିଟିପିଟି ମାରିଦେଇଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଧାନଘେରା ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଲେ ଦେଉଳା ଗ୍ରାମର ବାପି କୋହ୍ଲାର ।
ପ୍ରାପ୍ତ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଧାନଘେରା ଗ୍ରାମକୁ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢେଇ ଚୋରି କରିବାକୁ ଯାଇଥିଲେ । ଗ୍ରାମର ୨ଟି ଘରୁ ସିଲିଣ୍ଡର ଚୋରି କରି ବାହାରି ଆସୁଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗ୍ରାମବାସୀ ୨ ଚୋରଙ୍କୁ କାବୁ ନିର୍ଧୁମ ଛେଚିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଚୋରଙ୍କୁ ଉଦ୍ଧାର କରି ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବାପିର ମୃତ୍ୟୁ ହୋଇଛି ।
ଏ ନେଇ ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଗ୍ରାମର ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇନେଇ ପଚରାଉଚରା କରୁଛି ।