ରାଜଧାନୀ ଭୁବନେଶ୍ୱରର ଏକ ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ନାମ ରାଜଶ୍ରୀ ପରିଡ଼ା, ତାଙ୍କ ବୟସ ୭୫ ବର୍ଷ ହେବ। ନୟାପଲ୍ଲୀ N2ର ଏକ ଆପାର୍ଟମେଣ୍ଟରେ ରାଜଶ୍ରୀ ଓ଼ ତାଙ୍କ ପୁଅ ରହୁଥିଲେ। ଗତକାଲି କବାଟ ବନ୍ଦ କରି ଶୋଇବା ପରେ ଆଉ କବାଟ ଖୋଲି ନ ଥିଲେ ରାଜଶ୍ରୀ। N2 ପ୍ଲଟ ନମ୍ବର ୯୧ରୁ ମିଳିଛି ଗଳିତ ମୃତଦେହ । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ଛାନବିନ ଜାରି ରହିଛି । କେହି ଶତ୍ରୁ ନଥିଲେ, ବରଂ ୭୫ ବର୍ଷ ବୟସ ହୋଇଥିବାରୁ ସ୍ୱାଭାବିକ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ପୁଅ ମାନସିକ ବିକାରଗସ୍ତ ହୋଇଥିବାରୁ ମାଆ ମୃତ୍ୟୁ କଥା ଜାଣିପାରିନାହିଁ ବୋଲି ପୋଲିସର ସୂଚନା ।