ନୂଆଦିଲ୍ଲୀ: ପୁଣି ଥରେ ଅପରିବର୍ତ୍ତିତ ରହିଛି ରେପୋ ରେଟ୍ । କ୍ରମାଗତ ୧୧ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି । ରେପୋ ରେଟ୍କୁ ୬.୫ ପ୍ରତିଶତରେ ସ୍ଥିର ରଖିଛି ଆରବିଆଇ । ଫଳରେ ଆର୍ଥିକ ଋଣରେ ଇଏମ୍ଆଇରେ କୌଣସି ପରିବର୍ତ୍ତନ ହେବନି । ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନ (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ।
୨୦୨୨ ମେ ମାସଠାରୁ ୨୦୨୩ ଏପ୍ରିଲ ମାସ ଯାଏଁ କ୍ରମାଗତ ଛଅ ଥର ରେପୋ ରେଟ୍ ବୃଦ୍ଧି ପାଇଥିଲା । ଏହା ପରେ ୨୦୨୩ରୁ ରେପୋ ରେଟ ଅପରିବର୍ତ୍ତିତ ରହି ଆସିଛି । ଚଳିତ ଥର ମଧ୍ୟ ରେପୋ ରେଟ୍ ୬.୫୦% ରହିଛି । ଫଳରେ ଇଏମଆଇରେ କୌଣସି ବୃଦ୍ଧି ହେବ ନାହିଁ ଏବଂ ଗ୍ରାହକଙ୍କ ଉପରେ ମଧ୍ୟରେ ଉପରେ ଋଣ ବୋଝ ପଡିବିନି ।
ତେବେ ଆର୍ଥିକ ବର୍ଷ ୨୦୨୫ ପାଇଁ ଜିଡିପି ୭.୨ ପ୍ରତିଶତ ବୃଦ୍ଧି ପାଇବ ଯେଉଁ ଆକଳନ କରାଯାଇଥିଲା ସେଥିରେ କିନ୍ତୁ ପରିବର୍ତ୍ତନ ଆସିଛି । ଜିଡିପି ୭.୨ ପ୍ରତିଶତରୁ ହ୍ରାସ ପାଇ ୬.୬ ପ୍ରତିଶତ ହେବ ବୋଲି ଆରବିଆଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।
ରେପୋ ରେଟର ଅର୍ଥ ହେଉଛି ବାଣିଜ୍ୟିକ ବ୍ୟାଙ୍କଗୁଡିକ ଆରବିଆଇରୁ ଟଙ୍କା ଋଣ ନିଅନ୍ତି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ରେପୋ ରେଟ୍ ବ୍ୟବହାର କରେ । ମୁଦ୍ରାସ୍ଫୀତି ବଢ଼ିଲେ ରେପୋ ରେଟ୍ ବଢ଼େ । ଫଳରେ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ଅଧିକ ସୁଧରେ ଋଣ ଦିଅନ୍ତି । ସେହିପରି ଯେତେବେଳେ ମୁଦ୍ରାସ୍ଫୀତି ହ୍ରାସ ହୁଏ ସେତେବେଳେ ରେପୋ ରେଟ୍ ମଧ୍ୟ ହ୍ରାସ ଘଟେ । ଫଳରେ ବ୍ୟାଙ୍କରୁ ଋଣ ନେଉଥିବା ଗ୍ରାହକଙ୍କୁ କମ ସୁଧ ଦେବାକୁ ପଡ଼ିଥାଏ ।