ଲାଭାଶଂରୁ ଏକ ଲକ୍ଷ କୋଟି ଭାରତ ସରକାରଙ୍କୁ ଦେବାକୁ ରିଜର୍ଭ ବ୍ୟାଙ୍କ୍‌ର ଅନୁମୋଦନ
Khabar Odisha:The-Reserve-Bank-of-India-has-approved-the-pay-of-Rs-1-lakh-crore-to-the-Indian-government

ନୁଆଦିଲ୍ଲୀ, ମେ୨୧(ଖବର ଓଡ଼ିଶା): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମାର୍ଚ୍ଚ ୩୧,୨୦୨୧ ଶେଷ ହୋଇଥିବା ନଅ ମାସର ଲାଭାଶଂରୁ ୯୯,୧୨୨ କୋଟି ଟଙ୍କାର ଅତିରିକ୍ତ ଅର୍ଥ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି।

ଆରବିଆଇର କେନ୍ଦ୍ରୀୟ ପରିଚାଳନା ବୋର୍ଡର ୫୮୯ ତମ ବୈଠକରେ ବଳକା ଅର୍ଥର ସ୍ଥାନାନ୍ତର କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ବୋର୍ଡ ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି, ବିଶ୍ୱ ତଥା ଘରୋଇ ଆହ୍ୱାନ୍ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ନିଆଯାଇଥିବା ନୀତିଗତ ପଦକ୍ଷେପ ଉପରେ ମଧ୍ୟ ସମୀକ୍ଷା କରିଛି।

ତେବେ ଏହି ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ବ୍ୟତୀତ ଡେପୁଟି ଗଭର୍ନର ଶ୍ରୀ ମହେଶ କୁମାର ଜୈନ, ଡ. ମାଇକେଲ ଦେବବ୍ରତ ପାତ୍ର, ଏମ ରାଜେଶ୍ୱର, ଏବଂ କେନ୍ଦ୍ରୟ ନିର୍ଦେଶକ ବୋର୍ଡର ଏନ ଚନ୍ଦ୍ରଶେଖରନ୍, ସତୀଶ କେ ମରାଠା, ଏସ୍ ଗୁରୁମୂର୍ତ୍ତି, ରେଭାଥୀ ଆୟର ଏବଂ ପ୍ରଫେସର ସଚିନ୍ ଚତୁର୍ବେଦୀ ଯୋଗ ଦେଇଥିଲେ।

ଆର୍ଥିକ ସେବା ବିଭାଗର ଦେବଶିଷ ପଣ୍ଡା ସଚିବ ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଜୟ ସେଠ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଆରବିଆଇ ଏହାର ଅବଶିଷ୍ଟାଂଶର ମାତ୍ର ୪୪ ପ୍ରତିଶତ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲା। ଯାହା ୫୭,୧୨୮ କୋଟି ଟଙ୍କା ଥିଲା । ଏହାର ଏକ ବର୍ଷ ପୂର୍ବରୁ ଆରବିଆଇ ୧.୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିଥିଲା।

  • Tags:

Subscribe

National International State Sports Entertainment