ନୂଆବର୍ଷରେ ଲାଗିବ ଝଟକା, ମହଙ୍ଗା ହେବ ପୋଷାକ ଓ ଜୋତା
Khabar Odisha:New-Years-Eve-will-be-shocking-and-clothes-and-shoes-will-be-expensive
ନୂଆଦିଲ୍ଲୀ, ନଭେମ୍ବର ୨୧(ଖବର ଓଡିଶା):

ପେଟ୍ରୋଲ, ଡିଜେଲ ଓ ରାସନ ମହଙ୍ଗା ହେବା ପରେ ଏବେ ପୁଣି ଲାଗିବ ଝଟକା । ଜାନୁଆରୀ ୨୦୨୨ରୁ ରେଡିମେଡ ପୋଷାକ ଓ ଜୋତା ବି ହେବ ମହଙ୍ଗା । ଏନେଇ ପ୍ରଚଳିତ ୫ ପ୍ରତିଶତ ସେବା ଓ ସାମଗ୍ରୀ କରକୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେଣୁ ପୋଷାକ ଓ ଟେକ୍ସଟାଇଲ ସାଙ୍ଗକୁ ଫଟୱେର ବି ମହଙ୍ଗା ହେବ ବୋଲି ଜଣାପଡିଛି । 

ଫିନିସଡ୍ ସାମଗ୍ରୀ ଉପରେ ଏପର୍ଯ୍ୟନ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା । ଯାହାକୁ ୧୨ ପ୍ରତିଶତ କରାଯାଇଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଜାରି କରଇତିବା ନୋଟିଫିକେସନରେ ସୂଚିନା ଦେଇଛି । ତେବେ ଏହା ଜାନୁଆରୀ ୨୦୨୨ରୁ ଲାଗୁ କରାଯିବ । ପୂର୍ବରୁ କେବଳ ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ଦରର ପୋଷାକ ଓ ଫୁଟୱେର ଉପରେ ୫ ପ୍ରତିଶତ ଜିଏସଟି ଅସୁଲ ହେଉଥିଲା । ନୂଆ ନିଷ୍ପତ୍ତିରେ କୌଣସି ମୂଲ୍ୟର ପୋଷାକ ହେଉ ଅଥବା ଜୋତା ସବୁ ଉପରେ ୧୨ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହେବ । 

ସେହିପରି ଟେକ୍ସଟାଇଲ ଯେପରିକି ହାତରେ ବୁଣା ପୋଷାକ, ସିନ୍ଥେଟିକ ୟାର୍ଣ୍ଣ, ପାଇଲ ଫେବ୍ରିକ୍ସ, ବ୍ଲାଙ୍କେଟ, ଟେଣ୍ଟ ଓ ଟେବୁଲ କ୍ଲଥ ପରି ସାମଗ୍ରୀ ଉପରେ ମଧ୍ୟ ୫ ବଦଳରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କ୍ଲୋଦିଙ୍ଗ ମାନୁଫେକ୍ଟରିଂ ଆସୋସିଏସନ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପ୍ପେରଲସ ଉପରେ ସରକାର ଜିଏସଟି ବୃଦ୍ଧି କରିବା ନିରାଶଜନକ ବୋଲି ସଂଘ କହିଛି । 

  • Tags:

Subscribe

National International State Sports Entertainment