ଭୋଡାଫୋନ-ଆଇଡିଆ ଦେଇଛି ସବୁଠାରୁ ଅଧିକ ଆଇୟୁସି, ଏୟାରଟେଲ ପରେ ତୃତୀୟ ସ୍ଥାନରେ ଜିଓ
Khabar Odisha:National-news-telecom-companies-pays-11838-crore-iuc-in-2018-vodafone-leads
ନୂଆଦିଲ୍ଲୀ,ନଅକ୍ଟୋବର ୧୧ (ଖବର ଓଡିଶା):

ଜିଓ ୟୁଜର୍ସଙ୍କୁ ଅନ୍ୟ ନେଟୱାର୍କରେ କଲ କରିବା ପାଇଁ ପ୍ରତି ମିନିଟ 6 ପଇସା ଦେବାକୁ ପଡିବ ବୋଲି ନିକଟରେ ଜିଓ ଘୋଷଣା କରିଛି । କମ୍ପାନୀ ଏଥିପାଇଁ ଟ୍ରାଇର ଆଇୟୁସିକୁ ଦାୟୀ କରିଛି । ଆଇୟୁସି ଅର୍ଥାତ ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ ଯାହା ଟେଲିକମ କମ୍ପାନୀ ଗୁଡିକ ଅନ୍ୟ କମ୍ପାନୀକୁ ଆଉଟଗୋଇଙ୍ଗ କଲିଂ ପାଇଁ ଦେବାକୁ ପଡିଥାଏ । 

ଗତ ବର୍ଷ ଅର୍ଥାତ 2019ରେ ଭୋଡଫୋନ ଆଇଡିଆ ଆଇୟୁସି ବାବଦକୁ ସବୁଠାରୁ ଅଧିକ 4,214 କୋଟି ଟଙ୍କା ଦେଇଛି । ଦ୍ୱିତୀୟ ନମ୍ୱରରେ ଏୟରଟେଲ ରହିଛି । ତୃତୀୟ ସ୍ଥାନରେ ରିଲାଏନ୍ସ ଜିଓ ରହିଛି । କମ୍ପାନୀ ଆଇୟୁସି ବାବଦକୁ 2,809 କୋଟି ଟଙ୍କା ଦେଇଛି । ଏପରି ଏକ ନୂଆ ରିପୋର୍ଟ ମାର୍କେଟ ରିସର୍ଚ୍ଚ techARC ଜାରି କରିଛି ।

ବିଏସଏନଏଲ/ଏମଟିଏନଏଲ କଥା କହିବା ତେହେ ଏହି ଆଇୟୁସି ଚାର୍ଜ ବାବଦରେ କମ୍ପାନୀ 1,405 କୋଟି ଟଙ୍କା ଦେଇଛି । ଏହି ରିପୋର୍ଟ ଟ୍ରାଇର ବାର୍ଷିକ ରିପୋର୍ଟ ଆଧାରରେ ହୋଇଛି ଯାହାକୁ ଚଳିତ ବର୍ଷ ସେପ୍ଟେମ୍ୱର ମାସରେ ଜାରି କରାଯାଇଥିଲା । 

ରିଲାଏନ୍ସ ଜିଓର ନିଷ୍ପତ୍ତି ପରେ ବିରୋଧୀ କମ୍ପାନୀ ଭୋଡାଫୋନ-ଆଇଡିଆ ଏହାକୁ ପୂର୍ବରୁ ସୂଚନା ନଯାଇ ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି କହିଛି । ଦୂରସଂଚାର ଉଦ୍ୟୋଗର ବଡ କମ୍ପାନୀ ଏୟାରଟେଲ ଏକ ଷ୍ଟେଟମେଣ୍ଟ ଜାରି କହିଥିଲା ଟ୍ରାଇ ଦ୍ୱାରା ଧାର୍ଯ୍ୟ କରାଯାଇଥିବା 6 ପଇସା ଆଇୟୁସି ଚାର୍ଜ କଲ ପୂରଣ ହେବା ପାଇଁ ଏବେ ମଧ୍ୟ କମ । ଏହାହିଁ ନୁହେଁ କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ରିଲଏନ୍ସ ଜିଓ ଆଇୟୁସି ଶେଷ କରିବାକୁ ଚେଷ୍ଟା କରୁଛି । 

Subscribe

National International State Sports Entertainment