ଜିଡିପି ଅନୁମାନ 6.1 ପ୍ରତିଶତରୁ ହ୍ରାସ କରି 5 ପ୍ରତିଶତ କଲା ଆରବିଆଇ
Khabar Odisha:National-business-Reserve-Bank-Of-India-Repo-Rate-Unchanged-MPC-Meeting
ନୂଆଦିଲ୍ଲୀ,ଡିସେମ୍ଵର ୦୫ (ଖବର ଓଡିଶା) :

ଜୁଲାଇ-ସେପ୍ଟେମ୍ୱର ତ୍ରୟ ମାସିକରେ ଜିଡିପି ବୃଦ୍ଧି 4.5 ପ୍ରତିଶତରେ ପହଞ୍ଚିଥିଲା, ଯାହା ଗତ 6 ବର୍ଷର ସବୁଠାରୁ ତଳ ସ୍ତର ଅଟେ । ଏହା ପରେ ଆଶା କରାଯାଉଥିଲା ଯେ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁଧ ହାରରେ ହ୍ରାସ କରିପାରେ, କିନ୍ତୁ ଏପରି ହେଲା ନାହିଁ ଏବଂ ତିନିର ପଲିସି ବୈଠକ ପରେ ନୀତିଗତ ଦରରେ କୌଣସି ପରିବର୍ତ୍ତନ କରାଯାଇନି । ଅନ୍ୟ ପଟେ, କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପିର ବୃଦ୍ଧିର ଅନୁମାନ 6.1 ପ୍ରତିଶତକୁ ହ୍ରାସ କରି 5 ପ୍ରତିଶତ କରିଛି । ଏବଂ ଦରବୃଦ୍ଧି ହାର ଅନୁମାନ 3.5 ପ୍ରତିଶତରୁ ବୃଦ୍ଧି କରି 3.7 କରିଛି । 

ବିଶେଷଜ୍ଞ ପଲିସି ରେଟରେ ହ୍ରାସ କରିବାର ଅନୁମାନ କରାଯାଉଥିଲା । ଜିଡିପି ଗ୍ରୋଥ 6 ବର୍ଷର ତଳ ସ୍ତରରେ ପହଞ୍ଚିବା ଏବଂ ରେଟିଂ ସଂସ୍ଥା ଗୁଡିକ ଦ୍ୱାରା ଅନୁମାନ ହ୍ରାସ କରିବା ପରେ ଅର୍ଥନୀତିକୁ ନେଇ ଲୋକଙ୍କ ମନରେ ଚିନ୍ତା ଆହୁରୀ ବଢି ଯାଇଛି । ମାତ୍ର, ନଭେମ୍ୱରରେ ମ୍ୟାନୁଫେକ୍ଚରିଂ ଏବଂ ସର୍ଭିସ ପିଏମଆଇ ଉଭୟରେ ପୋଜିଟିବ ଖବର ମିଳିଛି । 

ଏହା ପୂର୍ବରୁ ଲଗାତାର 5ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟରେ ହ୍ରାସ କରିବା ନେଇ ଘୋଷଣା କରିଥିଲା । ଚଳିତ ବର୍ଷ ଟେପୋ ରେଟରେ 1.35 ପ୍ରତିଶତ ହ୍ରାସ କରାଯାଇଛି ଏବଂ ବର୍ତ୍ତମାନର ହାର 5.15 ରହିଛି । ଯଦି ରେପୋ ରେଟ ଅଧିକ ହ୍ରାସ କରାଯାଇଥାନ୍ତା ତେବେ ଏହାସହ ଜଡିତ ଥିବା ଋଣ ଆହୁରୀ ଶସ୍ତା ହୋଇଥାନ୍ତା, ଅର୍ଥାତ ଲୋକଙ୍କ ଇଏମଆଇ ଉପରେ ପ୍ରଭାବ ପଡିଥାନ୍ତା, କିନ୍ତୁ ଏପରି ହେଲା ନାହିଁ । 

ରେପୋ ରେଟ କ’ଣ

ଏହା ସେହି ଦର ହୋଇଥାଏ ଯାହା ଉପରେ ଆରବିଆଇ ବ୍ୟବସାୟୀକ ବ୍ୟାଙ୍କକୁ ଋଣ ଦେଇଥାଏ । ଏହାକୁ ହିଁ ରେପୋ ରେଟ କୁହାଯାଏ । ଏଥିରେ ହ୍ରାସ ହେବା ଦ୍ୱାରା ବ୍ୟାଙ୍କକୁ ଶସ୍ତାରେ ଋଣ ମିଳିଥାଏ । ଏହାଦ୍ୱାରା ବ୍ୟାଙ୍କ ଗୁଡିକ ଉପରେ ଏହା ଚାପ ପକାଯାଇଥାଏ ଯେ ସେ ଗ୍ରାହକଙ୍କୁ ଶସ୍ତାରେ ଋଣ ପ୍ରଦାନ କରିବ । ଶସ୍ତା ଋଣର ଚାହିବା ବୃଦ୍ଧି ହୋଇଥାଏ । 

Subscribe

National International State Sports Entertainment