ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ମୋର୍ଚ୍ଚା ସମ୍ଭାଳିଲା ପିଏମଓ, ସୃଷ୍ଟି ହେବ ପ୍ରବଳ ରୋଜଗାର
Khabar Odisha:National-business-PMO-Targets-For-The-Economy-Of-5-Trillion-Dollars-To-Provide-Jobs
ନୂଆଦିଲ୍ଲୀ,ଜୁଲାଇ ୦୮ (ଖବର ଓଡିଶା) :

ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା, ମୋଦୀ ସରକାରଙ୍କ ଏହି ଲକ୍ଷ୍ୟକୁ ବିରୋଧୀମାନେ ସହଜରେ ହଜମ କରିପାରୁନଥିବା ବେଳେ ଏହା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଅର୍ଥଶାସ୍ତ୍ରୀମାନେ ମଧ୍ୟ ନିଜ-ନିଜର ମତ ରଖି ସାରିଛନ୍ତି । ଏହି ସବୁ ତର୍କବିତର୍କ ଭିତରେ ମୋଦୀ ସରକାର ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ପ୍ରାଥମିକ ସ୍ତରରେ ପ୍ରାୟ ଦେଢ ଡର୍ଜନ ଏପରି ପ୍ରୋଜେକ୍ଟର ସୂଚୀ ବାହାର କରାଯାଇଛି, ଯେଉଁଥିରେ ବଡ ଧରଣର ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । 

ଏହି ସବୁ ପ୍ରୋଜେକ୍ଟ ରୁ ହିଁ ବମ୍ପର ରୋଜଗାର ସୃଷ୍ଟି ହେବ । ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ କିପରି ହାସଲ ହେବ, କେଉଁ ପ୍ରୋଜେକ୍ଟ ଆରମ୍ଭ ହେବ, ରୋଜଗାରର ଗ୍ରାଫ,ଯୋଗ୍ୟତା, ପ୍ରୋଜେକ୍ଟକୁ ମଞ୍ଜୁରୀ,ଏବଂ ଏହି ପ୍ରୋଜେକ୍ଟକୁ ପୂରଣ କରିବା ପାଇଁ ସମୟ, ପିପିପି ଆଧାରରେ ପ୍ରୋଜେକ୍ଟକୁ ଆଗକୁ ବଢାଇବା, ଏହି ସମସ୍ତ କାମକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ମୋର୍ଚ୍ଚା ସମ୍ଭାଳିଛନ୍ତି । ପିଏମଓର ପ୍ରତ୍ୟକ୍ଷ ତତ୍ୱାବଧାନାରେ ଏହି ପେନଲ ପ୍ରତ୍ୟେକ ପ୍ରୋଜେକ୍ଟ ଉପରେ ନଜର ରଖିବ । 

ପ୍ରାଥମିକ ପର୍ଯ୍ୟାୟରେ ଏହି ସବୁ କ୍ଷେତ୍ରରେ ହେବ ବଡ ଧରଣର ନିବେଶ 

ରୋଡ ଟ୍ରାନ୍ପପୋର୍ଟ ଏଣ୍ଡ ହାଇୱେ, ରେଳୱେ, ପାୱାର,ପ୍ରେଟ୍ରୋଲିୟମ, କୋଲ ସେକ୍ଟର, ସହର ଉନ୍ନୟନ,ଷ୍ଟିଲ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ,ଦୂରସଞ୍ଚାର, ସାର, ସିପିଙ୍ଗ ଉଦ୍ୟୋଗ, ଆଟୋମିକ ଶକ୍ତି, ମାଇନ୍ସ, ସିଭିଲ ଏଭିଏସନ, ହେଭି ଇଣ୍ଡଷ୍ଟ୍ରୀ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପ୍ରଥମିକ ସ୍ତରରେ ବଡ ଧରଣର ନିବେଶ କରାଯିବାର ଲକ୍ଷ୍ୟ ରଖାଯାଇଛି । 

Subscribe

National International State Sports Entertainment