ଆଜି ଦୁନିଆକୁ ସିନେମା ଦେଖାଇଥିବା ମହାନ ଭୈାତିକଶାସ୍ତ୍ରୀ ଜୋସେଫ ଏଣ୍ଟନିୟନ ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁଙ୍କ ଜୟନ୍ତ୍ରୀ, ଗୁଗୁଲର ଡୁଡୁଲ
Khabar Odisha:International-Business-Odisha-google-doodle-celebrates-physicist-joseph-plateau-who-led-to-birth-of-cinema-nodrt
ନୂଆଦିଲ୍ଲୀ , ଅକ୍ଟୋବର ୧୪(ଖବର ଓଡ଼ିଶା):

ଗୁଗୁଲ ଆଜି ଦୁନିଆକୁ ସିନେମା ବା ଚଳଚିତ୍ର ଦେଖାଇଥିବା ମହାନ ଭୈାତିକ ଶାସ୍ତ୍ରୀ ଜୋସେଫ ଏଣ୍ଟନିୟନ ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁଙ୍କ ଜୟନ୍ତ୍ରୀ ଅବସରରେ ଡୁଡୁଲ ସମର୍ପିତ କରିଛି । ଏହାକୁ ଖୁବ ଖାସ ଆନ୍ଦାଜରେ ପ୍ରସ୍ତୁତ କରାଯାଇଛି । 

ଆଜି ଅକ୍ଟୋବର୧୪ ଜୋସେଫ ଏଣ୍ଟନିୟନ ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁଙ୍କ ୨୧୮ତମ ଜୟନ୍ତୀ । ସେ ୧୮୦୧ ମସିହା ଅକ୍ଟୋବର୧୪ ତାରିଖରେ ବେଲଜିୟମରେ ଜନ୍ମଗ୍ରହଣ କରିଥିଲେ । ସେ ୧୮୨୯ମସିହାରେ ଭୈାତିକ ଓ ଗଣିତୀୟ ବିଜ୍ଞାନରେ ସ୍ନାତକ ଉତୀନ୍ନ ହୋଇଥିଲେ । ସେ ହିଁ ଦୁନିଆ ଲୋକଙ୍କ ପ୍ରଥମେ ଚଳଚିତ୍ର ଦେଖାଇଥିଲେ । ସେ ସର୍ବପ୍ରଥମେ ୧୮୩୨ରେ ଫୋନକିଷ୍ଟି ସ୍କୋପ ଆବିଷ୍କାର କରିଥିଲେ । ଏହି ଫୋନକିଷ୍ଟି ସ୍କୋପରେ ପ୍ରଥମେ ଦେଖାଯିବା ପରେ ଅଧୁନିକ ସିନେମାର ଜନ୍ମ ହୋଇଥିଲା । 

ତେବେ ଆଜିର ଏହି ଡୁଡୁଲରେ କ୍ଲିକ କଲେ ଜୋସେଫ ଏଣ୍ଟନିୟନ ଫର୍ଡ଼ିନେଣ୍ଡ ପ୍ଲେଟ୍ୟୁଙ୍କ ଆବିଷ୍କାର, ବିଭିନ୍ନ କଳ୍ପନା ଭଳି ଅନେକ ବିଷୟରେ ସୂଚନା ମିଳି ପାରିବ ।

  • Tags:

Subscribe

National International State Sports Entertainment